Saturday, April 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭଞ୍ଜନଗର ପୁଲିସକୁ ବଡ଼ ସଫଳତା, ୯ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

by ସଞ୍ଜୟ ସ୍ୱାଇଁ
May 27, 2025
in State
ଭଞ୍ଜନଗର ପୁଲିସକୁ ବଡ଼ ସଫଳତା, ୯ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
75
VIEWS
Share on FacebookShare on Twitter

ଭଞ୍ଜନଗର, (ବାଘୁଆବାର୍ତ୍ତା): ଭଞ୍ଜନଗର ପୁଲିସକୁ ବଡ଼ ସଫଳତା। ଏକାଥରକେ ୭ଟି ପିସ୍ତଲ, ୧୫ ରାଉଣ୍ଡ୍ ଜୀବନ୍ତ ଗୁଳି, ଏବଂ ୨ଟି କାତି ଜବତ କରିବା ସହ ୯ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଏବେ ସୁଦ୍ଧା ଗତ ୨ ମାସ ଭିତରେ ଭଞ୍ଜନଗର ପୁଲିସ ୧୨ଟି ପିସ୍ତଲ ଜବତ କରିବା ସହ ବହୁ ହାର୍ଡକୋର୍ ଅପରାଧୀକୁ ଧରିବାରେ ସକ୍ଷମ ହୋଇଛି। ଗଞ୍ଜାମ ପୁଲିସ ଜିଲ୍ଲାରେ ଭଞ୍ଜନଗର ପୁଲିସର ଏହା ସବୁଠାରୁ ବଡ଼ ଅପରେସନ ବୋଲି ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି। ଏସପିଙ୍କ ସୂଚନା ଅନୁଯାୟୀ, ସୋମବାର ସ୍ଥାନୀୟ ପୁଲିସ ଏସଆଇ ଲକ୍ଷ୍ମୀଧର ମହାନ୍ତି କିଛି ଷ୍ଟାଫ୍ଙ୍କୁ ନେଇ ଜିଲୁଣ୍ଡି ଇଲାକାରେ ସକାଳ ସାଢେ ୧୦ଟାରେ ପାଟ୍ରୋଲି° କରୁଥିବା ବେଳେ କେତେକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଜିଲୁଣ୍ଡି ତାରିଣୀ ମନ୍ଦିରରେ ଚଢାଉ କରିଥିଲେ। ଆଉ ପୁଲିସକୁ ଦେଖି ଅପରାଧୀମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ପୁଲିସ ଏମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଆଉ ଏମାନଙ୍କ ଠାରୁ ସୂଚନା ପାଇ ପରେ ଲଣ୍ଡେଇ ସାହିର ଏକ ଘରେ ଚଢାଉ କରି ଅନ୍ୟ ୫ ଜଣକୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ବର ନୟାପଲ୍ଲୀର ସରୋଜ ଦାଶ(୨୩ ବର୍ଷ), ଭଞ୍ଜନଗର ଥାନା କଇଣ୍ଡି ଗ୍ରାମର ଅନୀଲ ବେହେରା (୩୦ ବର୍ଷ), ବିଞ୍ଝଗିରି ଗ୍ରାମର ଟୁକୁନା ପାତ୍ର (୩୭ ବର୍ଷ), ଲାଲ ସିଂ ଗ୍ରାମର ସନାତନ ପ୍ରଧାନ (୨୩ ବର୍ଷ), ଜିଲୁଣ୍ଡି ଗ୍ରାମର ବାଦଲ ସାହୁ(୧୮ ବର୍ଷ), ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲଗୁଣ୍ଠା ଆଶା ସାହିର ବ୍ରଜ ମୋହନ ସାହୁ ଓରଫ ବାଜାରା(୨୫ ବର୍ଷ), ଭଞ୍ଜନଗର ଥାନା ଜାମପଲ୍ଲୀ ଗ୍ରାମର ସୁନୀଲ କୁମାର ସାବତ(୩୦ ବର୍ଷ), ଲଣ୍ଡେଇସାହି ଚିଦାନନ୍ଦ ମାର୍ଗର ସଂଗ୍ରାମ କିଶୋର ଭୂୟାଁ (୩୧ ବର୍ଷ) ଓ ଅଗଝୋଳ ଗ୍ରାମର ଦିବ୍ୟାଙ୍ଗ ଆରୁଖ (୧୯ ବର୍ଷ)। ଏମାନଙ୍କ ନିକଟରୁ ପୁଲିସ ୨ଟି ୯ ଏମ୍ଏମ୍ ପିସ୍ତଲ୍, ୨ଟି ଦେଶୀ ସିଙ୍ଗଲ୍ ସଟ୍ ପିସ୍ତଲ୍, ଗୋଟିଏ ୭.୬୨ ଏମ୍ଏମ୍ ପିସ୍ତଲ୍ ଓ ୨ଟି ପ୍ଳାଷ୍ଟିକ୍ ଲାଇଟର୍ ପିସ୍ତଲ୍ ସହ ୧୫ଟି ଜୀବନ୍ତ ଗୁଳି, ୨ଟି କାତି ଜବତ କରିଛି। ଏମାନଙ୍କ ମଧ୍ୟରୁ ୫ ଜଣ ପେଶାଦାର ଅପରାଧୀଙ୍କ ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଥିବା ଅତିରିକ୍ତ ଏସପି ରଞ୍ଜନ ଦେ ସୂଚନା ଦେଇଛନ୍ତି। ମଙ୍ଗଳବାର ମଧ୍ୟାହ୍ନ ସାଢେ ୧୨ଟାରେ ଭଞ୍ଜନଗର ଥାନା ପକ୍ଷରୁ ଏକ ପ୍ରେସ୍ମିଟ୍ ଆୟୋଜିତ ହୋଇଥିଲା। ଏଥିରେ ଏସଡିପିଓ ସୁଜିତ କୁମାର ନାୟକ, ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ଥାନାର ବହୁ ଅଧିକାରୀ ଉପସ୍ଥିତ ଥିଲେ।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!