Saturday, April 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

by ସଞ୍ଜୟ ସ୍ୱାଇଁ
April 25, 2026
in Nayagarh
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ
0
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ଗ୍ରାମ ପଂଚାୟତର ଗୋପାଳପୁର ଠାରେ ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ ଧୁମଧାମର ସହିତ ପାଳିତ ହୋଇଯାଇଛି। ବ୍ରାହ୍ମଣ ମାନଙ୍କ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ସକାଳୁ ଅଧିବାସ, କଳସଯାତ୍ରା, ସୂର୍ଯ୍ୟପୂଜା ଓ ଗ୍ରହରାଜ ଶନିଶ୍ଚରଙ୍କ ଷୋଡ଼ଶ ଉପଚାର ପୂଜା, ଗ୍ରହଯଜ୍ଞ ଆଦି ଅନୁଷ୍ଠିତ ହେବା ସହିତ ପ୍ରସାଦସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଉତ୍ସବରେ ଅଂଚଳର ହଜାରହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ଶନିଶ୍ଚରଦେବଙ୍କ ଦର୍ଶନ କରିବା ସହିତ ପ୍ରସାଦସେବନ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ୧୫ବର୍ଷ ପୂର୍ବେ ସ୍ଥାନୀୟ ଅଂଚଳର ସ୍ବର୍ଗତ ଅନନ୍ତ ଆଚାର୍ଯ୍ୟ ଅଞ୍ଚଳର ୧୫ଜଣ ମହିଳାଙ୍କୁ ନେଇ ଗୋପାଳପୁର ଗ୍ରାମ ମଧ୍ୟରେ ଥିବା ଏକ ବରଗଛମୂଳେ ଶନିଶ୍ଚରଦେବଙ୍କୁ ସ୍ଥାପନ କରି ପୂଜାର୍ଚନା କରିଆସୁଥିଲେ। ପର୍ଯ୍ୟାୟକ୍ରମେ ୨୦୧୭ ମସିହାରେ ଶନିଶ୍ଚର ଦେବଙ୍କ ମନ୍ଦିର ନିର୍ମାଣ କରିବା ପାଇଁ ଗ୍ରାମବାସୀ ଉଦ୍ୟମ ଆରମ୍ଭ କରିଥିଲେ ପରିଶେଷରେ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ୨୦୨୩ ମସିହାରେ ଗୋପାଳପୁର ଠାରେ ନୂତନ ଭାବେ ଶନିଶ୍ଚରଦେବଙ୍କ ମନ୍ଦିର ଗଢି ଉଠିଥିଲା। ପ୍ରତ୍ୟକ ଦିନ ଶନିଶ୍ଚରଦେବଙ୍କୁ ଦର୍ଶନ କରିବା ପାଇଁ ଶତାଧିକ ଭକ୍ତ ଆସୁଥିବାବେଳେ ଠାକୁରଙ୍କର ସ୍ଥାୟୀ ଯଜ୍ଞ ମଣ୍ଡପ ଟିଏ ନିର୍ମାଣ କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଦୀର୍ଘଦିନରୁ ଦାବୀ କରି ଆସୁଥିଲେ ସୁଦ୍ଧା ତାହା ଏଯାବତ ସମ୍ପୂର୍ଣ୍ଣ ହୋଇପାରିନାହିଁ। ତେବେ ତୁରନ୍ତ ଶନିଶ୍ଚରଦେବଙ୍କ ମନ୍ଦିର ପାର୍ଶ୍ୱରେ ଗୋଟିଏ ସ୍ଥାୟୀ ଯଜ୍ଞମଣ୍ଡପ ନିର୍ମାଣ ପାଇଁ ନିବେଦନ ରଖିଛନ୍ତି ସ୍ଥାନୀୟ ଲୋକେ। ପ୍ରତ୍ୟକଦିନ ଶନିଶ୍ଚରଙ୍କ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁ ଆସୁଥିବା ବେଳେ ଆଜି ଶନିଶ୍ଚର ଦେବଙ୍କ ୩ୟ ବାର୍ଷିକ ଉତ୍ସବ ଧୁମଧାମର ସହିତ ପାଳନ ହୋଇଯାଇଛି।

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026
ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!