Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

by ସଞ୍ଜୟ ସ୍ୱାଇଁ
April 25, 2026
in Nayagarh
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି
88
VIEWS
Share on FacebookShare on Twitter

  ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଖଣ୍ଡପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଈଂ ଦେବାଶିଷ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ରାଘବ ମଲ୍ଲିକ୍, ଜିଲ୍ଲା ପଞ୍ଚାୟତ ଅଧିକାରୀ ଝାଡେଶ୍ୱର ଦାସ, ବ୍ଲକ୍ ଉନ୍ନୟନ ଅଧିକାରୀ ଐଶ୍ୱର୍ଯ୍ୟା ଭୁୟାଁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭାରମ୍ଭ କରାଯାଇଥିଲା । ଏହାପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ପରେ ପରେ  ଉତ୍ତରୀୟ, ପୁଷ୍ପଗୁଚ୍ଛ ଏବଂ ‌ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନେ ଆଜି ର ଆଭିମୁଖ୍ୟ ବିଷୟରେ ଅବଗତ ‌କରାଇଥିଲେ। ଆଭାସି ମାଧ୍ୟମରେ ବଲାଙ୍ଗୀର ଜିଲ୍ଲା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ ରେ ଯୋଡ଼ି ହୋଇ ‌ସମସ୍ତେ ଉପଭୋଗ କରିଥିଲେ । ଏହାପରେ ‌ଵିଭିନ୍ନ ଯୋଜନାରେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ କରାଯାଇଥିଲା। ପ୍ରଥମେ ଅନ୍ତୋଦୟ ଗୃହ ଯୋଜନା ରେ ନୟାଗଡ଼ ବ୍ଲକ ପ୍ରଥମ ସ୍ଥାନ /ଓଡ଼ଗାଁ ବ୍ଲକ ଦ୍ୱିତୀୟ ସ୍ଥାନ  ଏବଂ ନୂଆଗାଁ ବ୍ଲକ ୩ୟ ସ୍ଥାନରେ ରହି ପୁରସ୍କୃତ ହୋଇଛନ୍ତି ।
ସେହିପରି ମନରେଗା ଯୋଜନାରେ ଗଣିଆ ବ୍ଲକ ଶତ ପ୍ରତିଶତ କାମ କରି ପ୍ରଥମ ସ୍ଥାନ, ନୟାଗଡ଼ ବ୍ଲକ ଦ୍ୱିତୀୟ ସ୍ଥାନ ଏବଂ ଖଣ୍ଡପଡ଼ା ବ୍ଲକ ଇ-କେୱଆସି ପାଇଁ ପୁରସ୍କୃତ ହୋଇଛନ୍ତି। ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ରେ ୨୦୨୪-୨୫ ବର୍ଷ ପାଇଁ ସର୍ବୋଚ୍ଚ ଖର୍ଚ୍ଚ କରିଥିବା ବେଳେ ୨୦୨୫-୨୬ ବର୍ଷ ପାଇଁ ଭାପୁର ବ୍ଲକ ସର୍ବୋଚ୍ଚ ଖର୍ଚ୍ଚ କରିଥିବା ଯୋଗୁଁ ପୁରସ୍କୃତ କରାଯାଇଥିଲା। ନିଜସ୍ୱ ସୂତ୍ରରୁ ୨୩ ଲକ୍ଷ ରାଜସ୍ୱ ସଂଗ୍ରହ କରି ନୟାଗଡ ବ୍ଲକର ବିରୁଡ଼ା ଗ୍ରାମ ପଞ୍ଚାୟତ ପ୍ରଥମ ସ୍ଥାନରେ ରହି ପୁରସ୍କୃତ ହୋଇଥିବା ବେଳେ ଗଣିଆ ବ୍ଲକର ଗଣିଆ ଗ୍ରାମ ପଞ୍ଚାୟତ ୧୦ଲକ୍ଷରୁ ଉର୍ଦ୍ଧ ରାଜସ୍ବ ସଂଗ୍ରହ କରି ଦ୍ୱିତୀୟ ସ୍ଥାନ  ଏବଂ ନୟାଗଡ଼ ବ୍ଲକର ଲେଙ୍କୁଡିପଡା ଗ୍ରାମ ପଞ୍ଚାୟତ ୯ଲକ୍ଷ ରୁ ଉର୍ଦ୍ଧ ରାଜସ୍ବ ସଂଗ୍ରହ କରି ୩ୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ସ୍ୱଚ୍ଛ ଭାରତ ଅଭିଯାନ ରେ ଖଣ୍ଡପଡ଼ା ବ୍ଲକ ର ବନମାଳିପୁର ପ୍ରଥମ ସ୍ଥାନ, ଗଣିଆ ବ୍ଲକ ର ଗଣିଆ ଗ୍ରାମ ପଞ୍ଚାୟତ ଦ୍ୱିତୀୟ ସ୍ଥାନ ଏବଂ ରଣପୁର ବ୍ଲକ ର ଗୋପାଳପୁର ଗ୍ରାମ ପଞ୍ଚାୟତ ୩ୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ମିଶନ ଶକ୍ତି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ପ୍ରଥମ ସ୍ଥାନ/ ଭାପୁର ବ୍ଲକ ଦ୍ୱିତୀୟ ସ୍ଥାନ ଏବଂ ନୂଆଗାଁ ବ୍ଲକ ୩ୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ । କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ ଉପଯୋଗ କରିବାରେ ଭାପୁର ବ୍ଲକ ର ବାଘୁଆପଲ୍ଲୀ ଗ୍ରାମ ପଞ୍ଚାୟତ ପ୍ରଥମ ଓଡ଼ଗାଁ ବ୍ଲକ ର ପାଣ୍ଡିରିପଡା ଦ୍ୱିତୀୟ ସ୍ଥାନ ରେ ରହି ପୁରସ୍କୃତ ହୋଇଥିଲେ । ପୁରସ୍କାର ରେ ମାନପତ୍ର/ ଟ୍ରଫି ପ୍ରଦାନ କରାଯାଇଥିଲା। ତେବେ ଏଠାରେ ଏକ ରୋଚକ ବିଷୟ ଦେଖିବାକୁ ମିଳିଥିଲା। ଜଣେ ପରାଜୟ ବିଧାୟକ ପ୍ରାର୍ଥୀଙ୍କୁ ଜିଲ୍ଲାର ଗୁରୁତ୍ୱ ବହନ କରୁଥିବା ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମ ସଭାରେ ସାଂସଦଙ୍କ ପ୍ରତିନିଧି ଭାବେ ମଞ୍ଚାସିନ କରାଯାଇଛି। ତେବେ ସେହି ମହାଶୟ ଜନଙ୍କ ପରାଜିତ ହୋଇ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ବିଧାୟକ କହିବା ଦୁଃଖ ଓ ପରିତାପର ବିଷୟ। ଏମିତିକି ଚୌକୀ ମୋହ ଲାଗିଛି ଯେ, ସାଂସଦଙ୍କ ପ୍ରତିନିଧି ସାଜି ବୈଠକରେ ଯୋଗ ଦେବା କେତେ ଯୁକ୍ତିଯୁକ୍ତ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!