Wednesday, July 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ୱ ନିମୋନିଆ ଦିବସ ପାଳିତ

by ସଞ୍ଜୟ ସ୍ୱାଇଁ
November 13, 2022
in Health, State
ବିଶ୍ୱ ନିମୋନିଆ ଦିବସ ପାଳିତ
118
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ନିମୋନିଆ ରୋଗ ସମ୍ବନ୍ଧରେ ସଚେତନତା ବୃଦ୍ଧି, ଏହି ରୋଗର ସହଳ ନିରୂପଣ, ଚିକିତ୍ସା ଦ୍ବାରା ଏହି ରୋଗରେ ହେଉଥିବା ଶିଶୁ ‘ମୃତ୍ୟୁହାର ହ୍ରାସ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ମାସ ୧୨ତାରିଖକୁ ବିଶ୍ବ ନିମୋନିଆ ଦିବସ ଭାବେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ନଭେମ୍ବର ୧୨ ତାରିଖ ଶନିବାର ଦିନ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ଏହି ଦିବସ ପାଳନ କରାଯାଇଥିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏହା ପାଳନ କରାଯାଇଛି । ଏହି ରୋଗର ନିରାକରଣ ଉଦ୍ଦେଶ୍ୟରେ ନଭେମ୍ବର ୧୨ରୁ ଫେବୃୟାରୀ ୨୮ ପର୍ୟ୍ୟନ୍ତ ହେବାକୁ ଥିବା ଅଭିଯାନ କୁ ସଫଳ କରାଇବା ପାଇଁ ସମସ୍ତ ସ୍ଵାସ୍ଥ୍ୟ ଅଧିକାରୀ ଏବଂ କର୍ମକର୍ତ୍ତା ମାନଙ୍କୁ କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଟୀକାକରଣ, ବାରମ୍ବାର ହାତଧୋଇବା, ସ୍ତନ୍ୟପାନ ଜନ୍ମରୁ ୬ମାସ ଯାଏଁ ସଫଳ କରାଇବା, ୬ ମାସ ପରେ ମା କ୍ଷୀର ପରିପୂରକ ଖାଦ୍ୟଦେବା, ପ୍ରଦୂଷଣକୁ କମ୍ କରାଇବା, ଅପପୁଷ୍ଟି କରାଇ ନ ଦେବା, ସଠିକ ସମୟରେ ଚିକିତ୍ସା କରାଇବା ଆଦି ପଦକ୍ଷେପ ଦ୍ବାରା ଏହି ରୋଗର ପ୍ରତିରୋଧ କରାଯାଇପାରେ । ସୂଚନା ଯୋଗ୍ୟକି ପିଲାଙ୍କ ଠାରୁ ବୟସ୍କ ପର୍ୟ୍ୟନ୍ତ ସବୁ ବର୍ଗର ବ୍ୟକ୍ତିଙ୍କ ଠାରେ ଏହି ନିମୋନିଆ ରୋଗ ହୋଇଥାଏ । ୫ ବର୍ଷରୁ କମ୍ ଶିଶୁଙ୍କ ପାଇଁ ଏହା ଏକ ପ୍ରମୁଖ ରୋଗ ଭାବେ ଉଭା ହୋଇଛି । ସୂଚନା ଯୋଗ୍ୟକି ସଚେତନତା ଉଦ୍ଦେଶ୍ୟରେ ୨୦୧୦ରୁ ଏହି ଦିବସ ପାଳିତ ହୋଇ ଆସୁଛି । ୨୦୧୩ରେ ବିଶ୍ବ ସ୍ଵାସ୍ଥ୍ୟ ସଂଗଠନ ଓ ୟୁନିସେଫ ନିମୋନିଆ ପ୍ରତିରୋଧ ଓ ନିୟନ୍ତ୍ରଣ ନିମନ୍ତେ ଇଣ୍ଟିଗ୍ରେଟେଡ୍‌ ଗ୍ଲୋବାଲ ଆକ୍ସନ ପ୍ଲାନ୍ କାରିହେଲା । ୨୦୨୫ ବେଳକୁ ପ୍ରତ୍ୟେକ ଦେଶରେ ଜନ୍ମିତ ପ୍ରତି ୧୦୦୦ ଶିଶୁରେ ୩ ଜଣରୁ ଅଧ୍ଵକ ନିମୋନିଆରେ ପ୍ରାଣ ହାରିବେ ନାହିଁ ବୋଲି ଲକ୍ଷ୍ୟ ସ୍ଥିର କରାଯାଇଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!