Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସ ବୁଲିଯିବା, ନୀଳକନ୍ଦର ଉଷ୍ମ ପ୍ରସବଣ

by ସଞ୍ଜୟ ସ୍ୱାଇଁ
May 31, 2021
in Nayagarh, Toursimi
ଆସ ବୁଲିଯିବା, ନୀଳକନ୍ଦର ଉଷ୍ମ ପ୍ରସବଣ
339
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ଗୋଳାପୋଖରୀ ପଞ୍ଚାୟତ ନୀଳକଣ୍ଠପ୍ରସାଦ ଓ ତରବାଲୋ ଗ୍ରାମ ନିକଟରେ ରହିଛି ଭାରତର ଦ୍ୱିତୀୟ ବୃହତ୍ତମ ଉଷ୍ମପ୍ରସବଣ। ୧୦ ଏକର ପରିମିତ ଜମି ଉପରେ ଅବସ୍ଥିତି ଏହି ଉଷ୍ମ ପ୍ରସବଣର ଶତାଧିକ ସ୍ଥାନରେ ପାଣି ଫୁଟୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ଏଠାକୁ ଆସିବାକୁ ଚାହୁଁଥିବା ପର୍ୟ୍ୟଟକ ଭୁବନେଶ୍ୱରରୁ ଖଣ୍ଡପଡ଼ା ବସ ଯୋଗେ ଆସିବାକୁ ପଡ଼ିବ । ୭୦ କିଲୋମିଟର ଆସିବା ପରେ ଭାପୁରଠାରୁ ୭ କିଲୋମିଟର ଅଟୋ ସାହାର୍ୟ୍ୟରେ ଗଲେ ଏହି ତରବାଲୋ ଓ ନୀଳକଣ୍ଠପ୍ରସାଦ ଗ୍ରାମ ପଡ଼ିଥାଏ ନୀଳକନ୍ଦର ଉଷ୍ମ ପ୍ରସବଣ । ପୂର୍ବରୁ ଏହା ତରବାଲୋ ଉଷ୍ମପ୍ରସବଣ ଭାବେ ପରିଚିତ ଥିଲା ।

ଏହା ନୀଳକଣ୍ଠପ୍ରସାଦ ରାଜସ୍ୱ ଗ୍ରାମ ଅଧିନରେ ଅବସ୍ଥିତ ଥିବାରୁ ଏହାର ନାମକରଣ ପରବର୍ତ୍ତନ ହୋଇ ନୀଳକନ୍ଦର ଉଷ୍ମପ୍ରସବଣ ନାମରେ ପରିଚିତ ହୋଇଛି । ଏହି ଉଷ୍ମପ୍ରସବଣ ଚାରି ପଟେ ସବୁଜ ଶସ୍ୟକ୍ଷେତ୍ର ସୌନ୍ଦର୍ୟ୍ୟକୁ ଦ୍ୱିଗୁଣିତ କରିଥାଏ। ଉଷ୍ମପ୍ରସବଣ ଅଞ୍ଚଳରେ କିଆବଣ ଓ କିଆଫୁଲର ମହକ ପର୍ୟ୍ୟଟକକୁ ଦୀର୍ଘ ସମୟ ବାନ୍ଧି ରଖିପାରେ । ଏଠାରେ ଥିବା ମା କେତକେଶ୍ୱରୀ ମନ୍ଦିରର ଆକର୍ଷଣ ସ୍ୱତନ୍ତ୍ର। ଉକ୍ତ ସ୍ଥାନରେ ରହିଥିବା ଚାରିଟି କୁଣ୍ଡରେ ସବୁବେଳେ ତତଲା ପାଣି ଫୁଟୁଥିବା ଦେଖା ଯାଏ । ଏହି ପାଣିରେ ଗାଧୋଇଲେ ଚର୍ମରୋଗ ଭଲ ହୁଏ ବୋଲି ମତ ବୈାଜ୍ଞାନିକ ମତ ରହିଛି । ଏଣୁ ବିଶେଷ କରି ନୟାଗଡ଼ ତଥା ରାଜ୍ୟ ଏବଂ ରାଜ୍ୟ ବାହାରୁ ଏଠାକୁ ପର୍ୟ୍ୟଟକ ଆସିଲେ ଏଠାରେ ଗୋଧଇବା ସହ ନିକଟରେ ଥିବା ମନ୍ଦରିରରେ ଠାକୁରାଣୀଙ୍କୁ ଦର୍ଶନ କରିଥାନ୍ତି । ନଭେମ୍ବରରୁ ଫେବୃୟାରୀ ମାସ ପର୍ୟ୍ୟନ୍ତ ଏଠାରେ ଜନ ଗହଳୀ ଲାଗି ରହେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!