ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବଲିଉଡରେ ଏଣ୍ଟ୍ରି ମାରି ପାରନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ପତି ନିକ୍ ଜୋନାସ । ଏକ ସୋ’ ରେ ନିକ ଜୋନାସଙ୍କୁ ବଲିଉଡ ବାବଦରେ ପଚରା ଯାଇଥିଲା । ”ମୁଝେ ବଲିଉଡ୍ ଫିଲ୍ମ ସେ ପ୍ୟାର ହୈ” ବୋଲି ନିକ କହିଛନ୍ତି ।ଏହି ସମୟରେ ନିକି ବଲିଉଡ ଫିଲ୍ମର ଗୀତ ଗୁଡିକୁ ଖୁବ୍ ପସନ୍ଦ କରନ୍ତି ବୋଲି କହିଥିଲେ । ଯେତେବେଳେ ମୁଁ ଇଣ୍ଡିଆରେ ଥିଲି ମୋ ବିବାହ ସମୟରେ ମୁଁ ବହୁତ ହିନ୍ଦୀ ଗୀତ ଶୁଣିଛି ବୋଲି ନିକି କହିଥିଲେ ଏବଂ ଆମେ ଘର ଭିତରେ ପାର୍ଟି ହେଉଥିବା ସମୟରେ ଆମେ ବଲିଉଡ୍ ଗୀତକୁ ଲଗାଇ ଥାଉ ବୋଲି ନିକି କହିଛନ୍ତି ।ବଲିଉଡ ଜଗତରେ ମୋର ବହୁତ ସାଙ୍ଗ ଅଛନ୍ତି ବୋଲି ନିକି କହିଥିଲେ । ସେପଟେ ପତ୍ନୀ ପ୍ରିୟଙ୍କା ଚୋପ୍ରା ବଲିଉଡ୍ ପରେ ଏବେ ହଲିଉଡରେ ନିଜର ଦବ ଦବା ଜାରି ରଖିଛନ୍ତି । ହେଲେ ପତି ନିକ୍ ଜୋନାସ ହିନ୍ଦୀ ଫିଲ୍ମ ଗୁଡିକ ଦେଖିବା ସହ ହିନ୍ଦୀ ଗୀତ ଗୁଡିକୁ ପ୍ରଂଶସା କରିଛନ୍ତି । ଅନ୍ୟପଟେ ଡିସେମ୍ବର ୩ ରେ ଆବୁଧାବିରେ ଆୟୋଜିତ ହେବାକୁ ଥିବା ଏହି ଭିଡକନରେ ଅନ୍ତର୍ଜାତୀୟ ପପ୍ ଷ୍ଟାର୍ ନିକ ଜୋନାସ୍ ଏବଂ କହଲାନିଙ୍କ ପରି ବଡ ସେଲିବ୍ରେଟିମାନେ ମଧ୍ୟ ପରଫର୍ମ କରିବେ ବୋଲି ଖବର ସାମ୍ନାକୁ ଆସିଛି ।