ନୟାଗଡ଼଼, (ବାଘୁଆବାର୍ତ୍ତା) : ନିଆରା ମଣିଷ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି । ଲୋକଙ୍କ ସହ ମିଶିବା ଏବଂ ସଂମ୍ପର୍କ ସୃଷ୍ଟି ଏକ ଅନନ୍ୟ ବ୍ୟକ୍ତିତ୍ୱ ମଧ୍ୟ । ବନଖଣ୍ଡ ଅଧିକାରୀ ଆଜି ସଂନ୍ଧ୍ୟାରେ ନିଜ ଅଫିସରୁ ବାହାରି ଓଡ଼ଗାଁ ଛଳରେ ଥିବା ରାଜୀବମାର୍କେଟ ନିକଟକୁ ବୁଲିବାକୁ ଆସିଥିଲେ । ଏହି ସମୟରେ ଚିହ୍ନା ଜଣା ଲୋକଙ୍କ ସହ ସେ ବାର୍ତ୍ତାଳପ କରିବା ସହ ରାଜୀବମାର୍କେଟରେ ଥିବା ମହାପାତ୍ର ଚା ଦୋକାନରୁ ନିଜେ ଚା ପିଇବା ସହ ଅନ୍ୟକୁ ଚା ପିଆଇଥିଲେ । ଏଥିସହିତ ସେଠାରେ ଉପସ୍ଥିତ ଦୁଇଜଣ ଶିକ୍ଷକଙ୍କ ସହ ବନାଧିକାରୀ ବିଦ୍ୟାଳୟରେ ବୃକ୍ଷରୋପଣ ପରେ ଏହାର କିଭଳି ସଠିକ ଯôତ ନିଆଯାଇ ପାରିବ ଏବଂ କିପରି ବୃକ୍ଷରୋପଣ ଶତ ପ୍ରତିଶତ ସଫଳ ହେବ ସେ ନେଇ ଆଲୋଚନା କରିଥିଲେ । ନବଘନପୁର ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ପ୍ରଦୀପ ସାହୁ ବନଖଣ୍ଡ ଅଧିକାରୀଙ୍କୁ ବିଦ୍ୟାଳୟରେ ବୃକ୍ଷରୋପଣ ପରେ ମାଟିର ଦୁର୍ଗୁଣ ଏବଂ ଯôତ ଅଭାବକୁ ଦୃଷ୍ଟି ଦିଆଯିବା ସହ ଶିକ୍ଷକ ମହଲରେ ଏକ ସଚେତନତା ସୃଷ୍ଟି କରିବାକୁ ଉପଦେଶ ଦେଇଥିଲେ । ଏଥିସହିତ ବନଖଣ୍ଡ ଅଧିକାରୀ ନିକଟରେ ଥିବା ଏକ ମା ତାରିଣୀ ପୂଜା ସାମଗ୍ରୀ ଦୋକାନରୁ ବାଉଁଶ ପାତିରେ ତିଆରି ମାଣ ସବୁ ଦେଖିବା ସହ ସୁନ୍ଦର କାରୁକାର୍ଯ୍ୟକୁ ପ୍ରଶଂସା କରିଥିଲେ । ନିକଟରେ ଏକ ଫଳ ଦୋକାନାରୁ ଶ୍ରୀଯୁକ୍ତ ଏଚ.ଡି ଫଳ କିଣିବା ସହ ନିଜ କାର୍ଯ୍ୟାଳୟକୁ ଫେରିଥିବା ଜଣାପଡ଼ିଛି । ବନଖଣ୍ଡ ଅଧିକାରୀଙ୍କ ଏଭଳି ଲୋକ ସଂମ୍ପର୍କ ନୀତିକୁ ନେଇ ଆଜି ବଜାରରେ ଜୋରସୋର ଚର୍ଚ୍ଚା ଲାଗି ରହିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, କିଛିଦିନ ତଳେ ନୟାଗଡ଼ ବନଖଣ୍ଡ ଅଧିକାରୀ ଜଣେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ପହଂଚାଇ ଚର୍ଚ୍ଚାରେ ରହିଥିଲେ ।





