ଭୁବନେଶ୍ବର, (ବାଘୁଆବାର୍ତ୍ତା): ଖୋଲିବ ଓଟିପି ସେୟାରିଂ ସ୍କାମର ଗୁମର । ଓଟିପି ସେୟାରିଂ ସ୍କାମରେ ତଥ୍ୟ ଲିକ ଘଟଣାରେ ଭୁବନେଶ୍ୱରରେ ମୁମ୍ବାଇର ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ । ବିଳମ୍ବିତ ରାତିରେ ଭୁବନେଶ୍ୱର ପହଁଚିଛି ATS ଓ NIA ଟିମ । ଆଜି STF କଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଂଜୟ ଜୁମ୍ବେରକୁ ଜେରା କରିବ ମୁମ୍ବାଇ ATS ଓ NIA । ୪ ଦିନିଆ ରିମାଣ୍ଡରେ ଅଛି ମୁମ୍ବାଇର ଅଭିଜିତ ସଞ୍ଜୟ ଜୁମ୍ବେର । ଆଜି ହେଉଛି ରିମାଣ୍ଡରେ ଦ୍ବିତୀୟ ଦିନ। ଅଭିଜିତ ସଂଜୟକୁ STFର ହେବ ମାରାଥନ ଜେରା । ପଦାକୁ ଆସିବ ପାକିସ୍ତାନ ଆଇଏସଆଇ ଏଜେଣ୍ଟଙ୍କ ସହ ଲିଙ୍କ । ଖୋଲିବ ଆର୍ଥିକ କାରବାର ଲିଙ୍କ । ଅଭିଜିତ ଜରିଆରେ ହେଉଥିଲା ଆଇଏସ ଆଇ ଫଣ୍ଡିଂ । ଓଡିଶାର ପଠାଣି, ପ୍ରୀତମଙ୍କ ସମେତ ୪ ଜଣ ଅଭିଯୁକ୍ତ ପାଖକୁ ଆସିଥିଲା ଟଙ୍କା। ଓଡ଼ିଶାର ସିମକାର୍ଡ ପାକିସ୍ତାନରେ ହେଉଥିଲା ଅପରେଟ । ୨୦୧୮ ଠାରୁ ପାକିସ୍ତାନ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲା ଅଭିଜିତ । ପାକିସ୍ତାନର ଇଣ୍ଟିଲିଜେନ୍ସି ଆର୍ମି ଅଫିସର ସହ କଥା ହୋଇଥିଲା ଅଭିଜିତ । ଅଭିଜିତକୁ ମିଶାଇ ମୋଟ ୫ ଜଣଙ୍କୁ ଗିରଫ କରିଛି ଏସଟିଏଫ ।





