ରାଉରକେଲା,(ବାଘୁଆବାର୍ତ୍ତା): ବର୍ଷାରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଠାରୁ ଲହୁଣୀପଡାକୁ ସଂଯୋଗ କରୁଥିବା ୨୧୫/୫୨୦ ଜାତୀୟ ରାଜପଥ ଚୁନାଘଟି ଠାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲୁ ରହିଥିବା ବେଳେ ପ୍ରତ୍ୟେକ ବର୍ଷ ବର୍ଷା ଋତୁରେ ରାସ୍ତା ଅବସ୍ଥା ବେହାଲ ହୋଇଥାଏ । ଫଳରେ କୋଇଡା ବ୍ଲକରୁ ଖଣି ବୋଝେଇ କରି ଯାଉଥିବା ଏବଂ ଲହୁଣୀପଡା ଅଞ୍ଚଳରୁ ଖଣି ବୋଝେଇ ପାଇଁ ଆସୁଥିବା ହଜାର ହଜାର ଟ୍ରକ ସହିତ ଚାରି ଚକିଆ ଗାଡି ଦିନ ଦିନ ଧରି ଜାମରେ ଫସି ରହି ନାହିଁ ନଥିବା ଅସୁବିଧା ଭୋଗ କରିଥାନ୍ତି । ନୂତନ ଭାବେ ନିର୍ମାଣ ହେଉଥିବା ରାସ୍ତାରେ ଆଣ୍ଠୁଏ ଲେଖାଏ ଗର୍ତ ସୃଷ୍ଟି ହୋଇଛି । ରାସ୍ତା ଜାମକୁ ତିନି ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ସମ୍ପୃକ୍ତ ଠିକା ସଂସ୍ଥା ଘଟଣାସ୍ଥଳରେ ପହଁଚି ନଥିବା ଅଭିଯୋଗ ହୋଇଛି ।






