ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତୀୟ ବଜାରକୁ ଆସିବ ଜିଓଫୋନ ‘ନେକ୍ସଟ’ । ଭାରତ ବଜାରରୁ ୨ଜି ମୁକ୍ତ କରାଯିବା ସହ ୫ଜି ଯୁକ୍ତ କରାଯିବା ଲକ୍ଷ ରଖିଥିବା ନେଇ ଆଜି ରିଲାଏନ୍ସ ଜିଓର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବଡ଼ ଘୋଷଣା କରିଛନ୍ତି । ଆଜି କଂପାନୀର ୪୪ତମ ବାର୍ଷିକ ସମ୍ମିଳନୀରେ ଜିଓର ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି । ସେପ୍ଟେମ୍ବର ୧୦ ତାରିଖରୁ ଭାରତ ବଜାରରେ ଜିଓଫୋନ୍ ନେକ୍ସଟ ନାମରେ ସ୍ମାଟଫୋନ୍ ଉପଲବ୍ଧ ହେବ । ଏହି ସ୍ମାଟଫୋନରେ ଗୁଗଲ ଓ ଜିଓର ସମସ୍ତ ଫିଚର ଏଥିରେ ରହିବ ବୋଲି ଅମ୍ବାନୀ ପ୍ରକାଶ କରିଛନ୍ତି । ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ଭାରତକୁ ଆଣିବା ପାଇଁ ଉଦ୍ୟମ କରୁଛି । ବିଶ୍ୱର କିଛି ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ରିଲାଏନ୍ସ ଏନରର୍ଜି କାଉନସିଲ୍ ପ୍ରତିଷ୍ଠା କରୁଛି ।






