Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାତିସଂଘ ପ୍ରତିନିଧି ଏବଂ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷଙ୍କ ମଧ୍ୟରେ ଆଲୋଚନା ମହିଳା ସଶକ୍ତିକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପ୍ରଶଂସା

by ସଞ୍ଜୟ ସ୍ୱାଇଁ
September 21, 2021
in Feature News
ଜାତିସଂଘ ପ୍ରତିନିଧି ଏବଂ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷଙ୍କ ମଧ୍ୟରେ ଆଲୋଚନା ମହିଳା ସଶକ୍ତିକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପ୍ରଶଂସା
32
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମିଳିତ ଜାତିସଂଘ ମହିଳା ଭାରତ ପ୍ରତିନିଧି ଶ୍ରୀମତୀ ସୁସାନ ଜେନ୍‌ ଫର୍ଗୁସନ୍‌ ତାଙ୍କର ପ୍ରଥମ ଓଡିଶା ଗସ୍ତରେ ଆସି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ବାଗ୍‌ଚି ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ଦକ୍ଷତା ବିକାଶ କ୍ଷେତ୍ରରେ ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ପ୍ରତିନିଧି ଦଳର ସଦସ୍ୟମାନଙ୍କୁ ଅବଗତ କରାଇଛନ୍ତି । ଶ୍ରୀ ବାଗ୍‌ଚି ପ୍ରକାଶ କରିଛନ୍ତି ଯେ ଦକ୍ଷତା ବିକାଶ ପାଇଁ ଆମକୁ ଲିଙ୍ଗଗତ ବୈଷମ୍ୟରୁ ମୁକ୍ତ ହେବା ଆବଶ୍ୟକ ।ଦକ୍ଷତା ଏବଂ ବୃତ୍ତିକୁ ପୁରୁଷକୈନ୍ଦ୍ରିକ ବୋଲି ବିବେଚନା ନକରି ସେଇ କ୍ଷେତ୍ରରେ ଅଧିକ ମହିଳା ଆଗକୁ ଆସିବା ଦରକାର । ଓଡିଶାର ମହିଳାମାନଙ୍କର ଅନେକ ଉଦାହରଣ ଉପସ୍ଥାପନ କରି ସେମାନେ ଲୋକୋ-ପାଇଲଟ୍‌, ଅଟୋମୋବାଇଲ୍‌ ମେକାନିକ୍‌, େୱଲ୍‌ଡର୍‌, ଶିଳ୍ପାନୁଷ୍ଠାନ ଅପରେଟର ଇତ୍ୟାଦି କାର୍ଯ୍ୟରେ ଉତ୍କର୍ଷ ଅର୍ଜନ କରିଛନ୍ତି ବୋଲି ଶ୍ରୀ ବାଗ୍‌ଚି ଉଲ୍ଲେଖ କରିଥିଲେ । ଡିଜିଟାଲ୍‌ ସ୍କିଲ ଉପରେ ନିଜର ମତ ଉପସ୍ଥାପନ କରି ଶ୍ରୀ ବାଗ୍‌ଚି କହିଥିଲେ ଯେ ଏଥି ନିମନ୍ତେ ଉଚ୍ଚମାନର ଶିକ୍ଷକ ତାଲିମ, ବିଷୟବସ୍ତୁ, ଯନ୍ତ୍ରପାତି ଓ ଇଣ୍ଟରନେଟ୍‌ ବ୍ୟବହାର ଉପରେ ସାର୍ବଜନୀନ ଅଧିକାର ରହିବା ଆବଶ୍ୟକ । ଜାତିସଂଘ ମହିଳା, ଭାରତ ପ୍ରତିନିଧି ଶ୍ରୀମତୀ ଫର୍ଗୁସନ୍‌ ଓଡିଶା ସରକାର ଏବଂ ଜାତିସଂଘ ମହିଳାଙ୍କ ମଧ୍ୟରେ ସହଭାଗିତାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପ୍ରଶଂସା କରିବା ସହିତ ଜାତିସଂଘ ମହିଳା ରାଜ୍ୟ ସରକାରଙ୍କ ସହ ବିଶେଷ କରି ଶିକ୍ଷା ଓ ବୃତ୍ତିଗତ ପ୍ରଶିକ୍ଷଣରେ ଦ୍ୱିତୀୟ ସୁଯୋଗ ପ୍ରଦାନ (ସେକଣ୍ଡ ଚାନ୍ସ ଏଜୁକେସନ ଏଣ୍ଡ ଭୋକେସନାଲ ଲର୍ଣ୍ଣିଂ) ମାଧ୍ୟମରେ ଏକ ଶକ୍ତିଶାଳୀ ଅଂଶୀଦାର ହେବାକୁ ଚାହାଁନ୍ତି ବୋଲି ସେ ପ୍ରକାଶ କରିଥିଲେ । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଜାତିସଂଘ ମହିଳାଙ୍କ ସହ ବିଭିନ୍ନ ପଦକ୍ଷେପ ନେଇ ସହଭାଗିତା ନିମନ୍ତେ ଏକ ବୁଝାମଣାପତ୍ର ସଂପାଦନ କରିଛନ୍ତି । ବୁଝାମଣାର ଅଂଶ ଭାବରେ ଓଡିଶାର ଦଶଟି ଆକାଂକ୍ଷୀ ଜିଲ୍ଲାରେ ମିଶନ ଶକ୍ତି ବିଭାଗ ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେମାନଙ୍କ ଉତ୍ପାଦର ଅନଲାଇନ୍‌ ବିକ୍ରୟ ପାଇଁ ଇ-କମର୍ସ ପ୍ଲାଟଫର୍ମ ସହିତ ସଂଯୋଗକୁ ସୁଗମ କରିବା ପାଇଁ ଡିଜିଟାଲ ମାର୍କେଟିଂ ଏବଂ ଔଦ୍ୟୋଗିକତା ଉପରେ ତାଲିମ ପ୍ରଦାନ କରାଯିବ । ଜାତିସଂଘ ମହିଳା ସରକାରୀ ଆଇଟିଆଇ ବାଲେଶ୍ୱର, ବ୍ରହ୍ମପୁର ଏବଂ ରାଉରକେଲାରେ ମହିଳା ଫୁଟବଲ ଦଳ ଏବଂ ଗୋପବନ୍ଧୁ ଆଇଟିଆଇ, କୋରାପୁଟ ଓ ସରକାରୀ ଆଇଟିଆଇ, ବଲାଙ୍ଗୀରଠାରେ ଭଲିବଲ କୋର୍ଟ ନିମନ୍ତେ ସହଯୋଗ କରିବ । ଭୁବନେଶ୍ୱରସ୍ଥିତ ୱାଲର୍ଡ ସ୍କିଲ୍‌ ସେଣ୍ଟରରେ ମହିଳାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ନୀତି, ପାଠ୍ୟକ୍ରମ ଏବଂ ନିଯୁକ୍ତି ନିମନ୍ତେ କାର୍ଯ୍ୟ ଆରମ୍ଭ ହେବ । ମୟୂରଭଞ୍ଜ, ରାୟଗଡା ଏବଂ ଢେଙ୍କାନାଳ ଜିଲ୍ଲାର ସରକାରୀ ଆଇଟିଆଇ ଏବଂ ପଲିଟେକ୍‌ନିକ୍‌ମାନଙ୍କରେ ସେକଣ୍ଡ ଚାନ୍ସ ଏଜୁକେସନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଇଛି । ଏହି ପ୍ରତିନିଧି ଦଳ ମଞ୍ଚେଶ୍ୱରସ୍ଥିତ ୱାର୍ଲï ସ୍କିଲ୍‌ ସେଣ୍ଟର ପରିଦର୍ଶନ କରି ଓଏସ୍‌ଡିଏ ସିଇଓ ତଥା ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି.ଙ୍କ ସହ ସାକ୍ଷାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ପ୍ରବନ୍ଧକ, ଏସ୍‌ସିଇ, ଜାତିସଂଘ ମହିଳା, ଶ୍ରୀମତି କାନ୍ତା ସିଂ, ବୈଷୟିକ ପରାମର୍ଶଦାତା (ଜେଣ୍ଡର) ଶ୍ରୀମତୀ ସ୍ମିତା ଜଗଦେବ ଏବଂ ଅତିରିକ୍ତ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!