ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡା. ଶକ୍ତି ପ୍ରସାଦ ମିଶ୍ର ଯୋଗ ଦେଇଛନ୍ତି । ସେ ପୂର୍ବରୁ କ୍ୟାପିଟାଲ୍ ହସ୍ପିଟାଲରେ ପ୍ଲାଷ୍ଟିକ ସର୍ଜ୍ଜରୀ ବିଭାଗରେ କାମ କରୁଥିବା ଜଣାଯାଇଛି । ଅନ୍ୟପକ୍ଷେ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଥିବା ଡା. ରଂଜିତା ବିଶ୍ୱାଳଙ୍କୁ ସ୍ୱାସ୍ଥ୍ୟ ବିଭାଗକୁ ବଦଳି ହୋଇଥିବା ଜଣାଯାଇଛି । ନୂତନ ସିଡିଏମ୍ଓ କାର୍ଯ୍ୟରେ ଯୋଗ ଦେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗି ରହିଥିବା ଅବ୍ୟବସ୍ଥା ଦୂର ଦେବ ବୋଲି ଆଶା କରାଯାଉଛି ।






