ନୟାଗଡ଼, (ବାଘୁଆବାର୍ତ୍ତା): ଇଂରାଜୀ ନବବର୍ଷ ୨୦୨୫କୁ ସ୍ବାଗତ କରିବା ଅବସରରେ ନୟାଗଡ଼ ଜନସାଧାରଣଙ୍କ ସୁଖ, ଶାନ୍ତି, ସଦ୍ଭାବ, ସମୃଦ୍ଧି ଓ ସଫଳତାର ଶୀର୍ଷ ସ୍ପର୍ଶ କାମନା କରିବା ସହ ସମସ୍ତଙ୍କ ପାଇଁ ନବବର୍ଷ ସୁଖମୟ, ମଧୁମୟ ଓ ଶୁଭଙ୍କର ହେଉ ଏହା ପ୍ରଭୁ ଜଗନ୍ନାଥ ଓ ମାଆ ଦକ୍ଷିଣକାଳୀଙ୍କ ନିକଟରେ କାମନା କରିବା ସଙ୍ଗେ ସଙ୍ଗେ ମୁଁ ନୟାଗଡ଼ ବାସୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଅଛି ।





