Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୂଆବର୍ଷ କୃଷକ ସଂଗ୍ରାମର ବର୍ଷ ହେବ : ସି.ପି.ଆଇ.(ଏମ୍)

by ସଞ୍ଜୟ ସ୍ୱାଇଁ
January 9, 2025
in Nayagarh, State
ନୂଆବର୍ଷ କୃଷକ ସଂଗ୍ରାମର ବର୍ଷ ହେବ : ସି.ପି.ଆଇ.(ଏମ୍)
108
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୂଆବର୍ଷ କୃଷକ ସଂଗ୍ରାମର ବର୍ଷ ହେବ ବୋଲି ସି.ପି.ଆଇ.(ଏମ୍) ନେତା ପ୍ରକାଶ କରିଛନ୍ତି । ଅଦିନିଆ ବର୍ଷା ଚାଷୀ ଫସଲକୁ ଧୋଇଦେଇଛି । ଶାଗମାଛ ଦରରେ ଚାଷୀ ଅଭାବୀ ବିକ୍ରି କରୁଛି । ଜଳସେଚନ,ଜଳନିୟନ୍ତ୍ରଣ ଯୋଜନାର ନାଁ ଗନ୍ଧ ନାହିଁ । କେନ୍ଦ୍ର ଓ ରାଜ୍ୟ ଡବଲ ଇଞ୍ଜିନ ସରକାର କୃଷି ବ୍ୟବସ୍ଥାକୁ ଘରୋଇ କମ୍ପାନୀକୁ ଟେକି ଦେବା ପାଇଁ ଅଣ୍ଟା ଭିଡିଛନ୍ତି । ଏଭଳି ସଙ୍ଗୀନ ଅବସ୍ଥାରେ ବ୍ୟାପକ ପ୍ରଭାବଶାଳୀ କୃଷକ ଆନ୍ଦୋଳନ ଗଢି ତୋଳିବାର ଆବଶ୍ୟକତା ରହିଛି ବୋଲି ସି.ପି.ଆଇ.(ଏମ୍)ର ରାଜ୍ୟ ସଂପାଦକ କମ୍ରେଡ ସୁରେଶ ପାଣିଗ୍ରାହୀ ନୟାଗଡ଼ ଜିଲ୍ଲା କମଟି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ପାର୍ଟିର ବରିଷ୍ଠ ନେତା ଶରତଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ନୟାଗଡ ଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଂପାଦକ ହରିଶ୍ଚନ୍ଦ୍ର ମିଶ୍ର ଗତ ଅଦିନିଆ ବର୍ଷାରେ ଜିଲ୍ଲାର ନଷ୍ଟ ଫସଲର ଏକ ମୋଟାମୋଟି ଚିତ୍ର ଉପସ୍ଥାପନ କଲାପରେ କୃଷି ଆନ୍ଦୋଳନକୁ ଅଗ୍ରାଧିକାର ଦେଇ ସଂଗଠିତ କରାଯିବ ବୋଲି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଅଛି । ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଦୁଷ୍ମନ୍ତ କୁମାର ଦାସ ଚଳନ୍ତି ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ରଖିଥିଲେ । ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ର ଆନ୍ଦୋଳନର ବିଧିବଦ୍ଧ ଖସଡା ଉପସ୍ଥାପନ କରିଥିଲେ । ନିତ୍ୟାନନ୍ଦ ପରିଡା, ସରୋଜ ନାୟକ, ଜ୍ୟୋତିପ୍ରଭା ଜେନା, ପବିତ୍ର ଇନ୍ଦ୍ରଜିତ, ଦୁଃଶାସନ ଜେନା, ବିପିନ ବାଜୁ, ସୁରେଶ ସ୍ବାଇଁ, ବୈକୁଣ୍ଠ ଖୁଣ୍ଟିଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!