ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହାମାରୀ କରୋନା ରାଜ୍ୟବାସୀଙ୍କୁ ଆତଙ୍କିତ କରି ରଖିଥିବା ବେଳେ ପୁଣି ଏକ ନୂଆ ଭୁତାଣୁ ରୋଗ ଚିହ୍ନଟ ହୋଇଛି । ଏହି ଭୁତାଣୁରେ ଜଣେ ୭୧ବର୍ଷିୟ ବୟସ୍କ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଭୂତାଣୁ ନାଁ ରହିଛି ବ୍ଲାକ୍ ପଙ୍ଗସ୍ । ସୂଚନାନୁସାରେ, ଗୋଟିଏ ପଟେ ମହାମାରୀ କରୋନା ରାଜ୍ୟରେ ସଂକ୍ରମିତ ସଂଖ୍ୟା ବଢି ଚାଲିଥିବା ବେଳେ ଆଉ ଗୋଟିଏ ପଟେ ନୂଆ ଭୂତାଣୁ ବ୍ଲାକ୍ ପଙ୍ଗସ୍ ଚିହ୍ନଟ ହେବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଜଣେ ୭୧ବର୍ଷିୟ ବ୍ୟକ୍ତିଙ୍କ ଶରୀରରେ ବ୍ଲାକ ପଙ୍ଗସ୍ ରୋଗ ଥିବା ଚିହ୍ନଟ ହୋଇଛନ୍ତି । ଏହି ରୋଗ କରୋନାରେ ସଂକ୍ରମିତ ହୋଇଥିବା ଓ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ପାଖରେ ମଧ୍ୟ ଦେଖା ଦେଇଥାଏ । ବ୍ଲାକ୍ ପଙ୍ଗସ୍ ଖୁବ୍ ବିରଳ ଓ କ୍ଷତିକାରକ ସଂକ୍ରମଣ । ଏହି ବ୍ଲାକ୍ ପଙ୍ଗସ୍ ଶରୀରର ଚର୍ମ, ଫୁସଫୁସ୍ ଓ ବ୍ରେନ୍ ଉପରେ ପ୍ରଭାବ ପକାଇଥାଏ । ମଧୁମେହ ଓ ଆଇସିୟୁରେ ରହୁଥିବା ରୋଗୀମାନଙ୍କ ଉପରେ ବ୍ଲାକ୍ ପଙ୍ଗସ୍ ବେଶି କ୍ଷତି ଘଟାଇଥାଏ ବୋଲି ଆଇସିଏମଆର ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି ।
ବ୍ଲାକ୍ ପଙ୍ଗସ୍ ଲକ୍ଷଣ:-
ଏହି ରୋଗର କିଛି ବିଶେଷ ଲକ୍ଷଣ ରହିଛି, ଯେପରିକି ଆଖି ତଳ, ଗାଲ ଏବଂ ନାକ ଲାଲ ହୋଇଯିବା । ଯନ୍ତ୍ରଣା ହେବା, ଜ୍ଜ୍ୱର, କାଶ, ମୁଣ୍ଡବିନ୍ଧା, ନିଶ୍ୱାସ ନେବାରେ ଅସୁବିଧା । ରକ୍ତ ବାନ୍ତି ସହ ମାନସିକ ସ୍ତରରେ ପ୍ରଭାବ ପକାଇଥାଏ । ସେହିପରି ଦାନ୍ତରେ ମଧ୍ୟ ଯନ୍ତ୍ରଣା, ଛାତି ଯନ୍ତ୍ରଣା ଇତ୍ୟାଦି ବ୍ଲାକ୍ ପଙ୍ଗସ୍ ରୋଗର ଲକ୍ଷଣ ଦେଖା ଦେଇଥାଏ । ଏହି ସବୁ ଲକ୍ଷଣକୁ ଭିତ୍ତିକରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ଏହାର ଚିକିତ୍ସା ପାଇଁ ଏବଂ ପରିଚାଳନା ସମ୍ବନ୍ଧୀୟ ପରାମର୍ଶ ଜାରି କରିଛି ।






