ଭୁବନେଶ୍ବର, (ବାଘୁଆବାର୍ତ୍ତା): ସାଂଗଠନିକ ଟିମ ପରେ ଏବେ ନୂଆ ଶୃଙ୍ଖଳା କମିଟି ଗଠନ କରିଛି ବିଜୁ ଜନତା ଦଳ। ଶୃଙ୍ଖଳା କମିଟିରେ ରହିଛି ୭ ଜଣକ ନାଁ। ସେମାନେ ହେଲେ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ଅମାତ, ଚନ୍ଦ୍ରଶେଖର ସାହୁ, ରାଜଶ୍ରୀ ମଲ୍ଲୀକ, ସାରଦା ପ୍ରସନ୍ନ ଜେନା, ଶର୍ମିଷ୍ଠା ସେଠୀ, ଲୋପାମୁଦ୍ରା ବକ୍ସିପାତ୍ର। ପୂର୍ବରୁ ମେ ୫ ତାରିଖରେ ଦଳ ଏହାର ନୂଆ ସାଂଗଠନିକ ଟିମ୍ ଗଠନ କରିଥିଲା। ଏଥିରେ ୧୫ ଉପସଭାପତି, ୨୦ ବରିଷ୍ଠ ସାଧାରଣ ସଂପାଦକ ଓ ୩୫ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି। ସୁବାସ ସିଂଙ୍କୁ କୋଷାଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି।






