ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ପୂର୍ବତନ ସିଡିଏମଓ ଡ଼ ଶକ୍ତିପ୍ରସାଦ ମିଶ୍ରଙ୍କ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ କିଛିଦିନ ତଳେ ବଦଳି ହୋଇଥିଲା । ତାଙ୍କ ସ୍ଥାନରେ ନୂତନ ସିଡିଏମଓ ନିଯୁକ୍ତ କରାଯାଇଛି । କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମଓ ଡ଼ ମକରନ୍ଦ ବେଉରାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ସିଡିଏମଓ ଭାବେ ନିଯୁକ୍ତ କରାଯାଇଛି । ତେବେ ଆଜି ନୂତନ ସିଡିଏମଓ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ôଚ ଡ଼ ଶକ୍ତି ପ୍ରଶାଦ ମିଶ୍ରଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଥିଲେ । ନୂତନ ସିଡିଏମଓ ଦାୟିତ୍ୱ ଗ୍ରହଣ କରିବା ପରେ ମେଡିକାଲର ସମସ୍ତ ଡାକ୍ତର ଓ କର୍ମଚାରୀମାନେ ଶୁଭେଚ୍ଛା ଜଣାଇଥିଲେ ।





