Tuesday, May 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଥଯାତ୍ରା ପୂର୍ବରୁ ନୂଆ ରୂପ ପାଇବ ଜନ୍ମବେଦି

by ସଞ୍ଜୟ ସ୍ୱାଇଁ
May 15, 2025
in State
ରଥଯାତ୍ରା ପୂର୍ବରୁ ନୂଆ ରୂପ ପାଇବ ଜନ୍ମବେଦି
24
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ରଥଯାତ୍ରା ପୂର୍ବରୁ ନୂଆ ରୂପରେ ଦିଶିବ ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗ ବା ଦକ୍ଷିଣ ପାଶ୍ୱର୍କୁ ସୌନ୍ଦର୍ଯ୍ୟକରଣ କରାଯାଉଛି । ଏହି କାର୍ଯ୍ୟକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିରୀକ୍ଷଣ କରିଛନ୍ତି । ଏହି କାର୍ଯ୍ୟକୁ ରଥଯାତ୍ରା ପୂର୍ବରୁ ସାରିବାକୁ ଲକ୍ଷ୍ୟ ରହିଥିବା ସେ ତାଙ୍କ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଜନ୍ମବେଦିର ସିଂହଦ୍ୱାର ଦୁଇପାଶ୍ୱର୍ରେ ଦୁଇଟି ସୂଚନାକେନ୍ଦ୍ର ତଥା ଡୋନେସନ ସେଲ୍ କରାଯାଉଛି । ଏହା ଉପର ପାଶ୍ୱର୍ ବଡ଼ଦେଉଳ ଉପରି ଭାଗ ଭଳି ପ୍ରତୀୟମାନ ହେବ । ସେହିପରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଲାଗିଥିବା ଏକ ବଡ଼ ଏଲ୍ଇଡି ଟିଭି ଭଳି ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ବାହାରେ ମଧ୍ୟ ଗୋଟିଏ ବଡ଼ ଏଲ୍ଇଡି ଟିଭି ଲାଗିବ । ଏହି ଏଲ୍ଇଡି ଟିଭିରେ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଦର୍ଶିତ ହେବ । ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗ ଚଟାଣ ଓ ପାଚେରିକୁ ଖଣ୍ଡେଲାଇଟ୍ ପକାଇ ଅଧିକ ସୌନ୍ଦର୍ଯ୍ୟକରଣ କରାଯାଉଛି । ପାଚେରିରେ ଆର୍ଟିଷ୍ଟିକାଲ ଭ୍ୟୁ’ ଦିଆଯାଉଛି । ଲ୍ୟାଣ୍ଡ ସ୍କେପିଂ ଦ୍ୱାରା ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗକୁ ଆହୁରି ମନୋରମ କରାଯିବ । ମେଘନାଦ ପାଚେରି ଓ ସମ୍ମୁଖ ଭାଗକୁ ଉଜ୍ୱଳ ଆଲୁଅରେ ଆଲୋକୀକରଣ କରାଯିବ । ଯେପରି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ ଓ ଧାର୍ମିକ ବାତାବରଣକୁ ଅହୁରି ରୁଦ୍ଧିମନ୍ତ କରିବ ଏହାକୁ ବିଶେଷ ଫୋକସ୍ ଦିଆଯାଉଛି । ଶ୍ରୀମନ୍ଦିର ପ୍ରଶାସନର ପ୍ରତ୍ୟକ୍ଷ ନିରୀକ୍ଷଣରେ ଏହି କାର୍ଯ୍ୟ ହେଉଛି । ପ୍ରାୟ ୧ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟରେ କାମ ହେଉଛି । ଚଳିତ ମାସ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ କହିଛନ୍ତି, ମୁଖ୍ୟ ପ୍ରଶାସକଙ୍କ ନିରୀକ୍ଷଣରେ କାମ ହେଉଛି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ବାହାର ପାଶ୍ୱର୍କୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଭଳି ଆକର୍ଷଣୀୟ ଓ ମନୋରମ କରାଯିବ । ଏହା ଶ୍ରଦ୍ଧାଳୁଙ୍କୁ ନୂଆ ଅନୁଭୂତି ଦେବ ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!