ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯକ୍ଷ୍ମା କେନ୍ଦ୍ର ଠାରେ ଯକ୍ଷ୍ମା ରୋଗୀଙ୍କୁ ବିପାଲଏମ୍ ନୂତନ ରେଜି ମେଣ୍ଟ ଔଷଧ ପ୍ରଦାନ କରାଯାଇଅଛି । ଦୀଘ ଦିନ ଧରି ରୋଗରେ ପୀଡିତ ଥିବା ରୋଗୀଙ୍କ ସହ ନୂତନ ଭାବେ ଚିହ୍ନଟ ହେଉଥିବା ଯକ୍ଷ୍ମା ରୋଗୀଙ୍କୁ ଏହି ଔଷଧ ପ୍ରଦାନ କରାଯିବ ବୋଲି ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାସ କହିଛନ୍ତି। ଆମ ଜିଲ୍ଲାରେ ଦୁଇ ଜଣ ରୋଗୀଙ୍କୁ ଔଷଧ ଦିଆଯାଇଛି । ଏହି ରେଜୀମେଣ୍ଟ ଅତ୍ୟନ୍ତ ଉନ୍ନତ ଓ ଏହାର କ୍ଷମତା ଶକ୍ତିଶାଳୀ ହୋଇଥିବାରୁ ରୋଗୀଙ୍କ ସ୍ବାସ୍ଥ୍ୟପତି ପ୍ରଭାବଶାଳୀ ହେବ । ବହୁତ ଦିନ କାଳ ଔଷଧ ସେବନ କରୁଥିବା ରୋଗୀମାନେ ଅଳ୍ପ ଦିନର ସଂପୁଣ୍ଣ ସୁସ୍ଥ ହେବା ଯଥେଷ୍ଟ ଆଶା ରହିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯକ୍ଷ୍ମା ସଂଯୋଜକ ରୁଦ୍ର ପ୍ରସାଦ ଜେନା, ଶରତ ଓଝା , ଦୀପକ ଦଳବେହେରା, ଆଶୁତୋଷ ସାମନ୍ତସିଂହାର, ଦିଲ୍ଲୀପ ପ୍ରଧାନ, ଶୋଭନ ମିଶ୍ର ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।






