ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ପହିଙ୍କ କଡ଼ା ନିର୍ଦ୍ଦେଶ ଅନୁସାରେ ବଦଳି ହୋଇଥିବା ଥାନାରେ ଯୋଗ ଦେଇଛନ୍ତି ନୂତନ ଆଇଆଇସି । ଗତ ୨୪ତାରିଖରେ ଜିଲ୍ଲା ପୋଲିସର ଆଇଆଇସି ସ୍ତରରେ ୬ଟି ଥାନାର ଆଇଆଇସି ଙ୍କୁ ବଦଳି କରାଯାଇଥିଲା । ତେବେ ନୟାଗଡ଼ ଜିଲ୍ଲାକୁ ନୂଆ କରି ଆସିଥିବା ଆଇଆଇସି ପୁଷ୍ପଲତା ବେହେରାଙ୍କୁ ରିଜର୍ଭ ପୋଲିସ ମୁଖ୍ୟାଳୟରୁ ନୂଆଗାଁ ଥାନାକୁ ବଦଳି କରାଯାଇଥିବା ବେଳେ ରବିବାର ଦିନ ବିଧିବଦ୍ଧ ଭାବେ ଆଇଆଇସି ବସନ୍ତ କୁମାର ସାହୁଙ୍କ ଠାରୁ ଥାନା ଚଳାଇବାର ଚାର୍ଜ ନେଇଥିବା ଜଣାପଡିଛି । ଆଗାମୀ ଦିନରେ ବସନ୍ତ ସାହୁ ଯେଉଁ ଭାବେ ଆଇନ ଶୃଙ୍ଖଳା ସ୍ଥିତି ସଜାଡି ରଖିଥିଲେ ସେହିପରି ଭାବେ ନୂଆଗାଁ ଥାନାକୁ ବଜାୟ ରଖିବା ସହ ଚୋରା ମଦ ବ୍ୟବସାୟୀ ମାନଙ୍କୁ ସାବାଡ କରିବେ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି ।





