Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମେଟ୍ରୋ ଚଳାଚଳ ପାଇଁ ନୂଆ ଡିପିଆର

by ସଞ୍ଜୟ ସ୍ୱାଇଁ
May 1, 2025
in State
ମେଟ୍ରୋ ଚଳାଚଳ ପାଇଁ ନୂଆ ଡିପିଆର
69
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): କଟକ ବଡ଼ ଡାକ୍ତରଖାନା ଯାଏଁ ଚାଲିବ ମେଟ୍ରୋ ଟ୍ରେନ୍ । ତ୍ରିଶୂଳିଆ ପରିବର୍ତ୍ତେ କଟକ ବସଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ । ଏନେଇ ପ୍ରସ୍ତୁତ କରାଯାଉଛି ନୂଆ DPR । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରୁ ଜୟଦେବ ବିହାର, ନନ୍ଦନକାନନ ଦେଇ ତ୍ରିଶୂଳିଆ ପରିବର୍ତ୍ତେ କଟକ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ମେଟ୍ରୋ ଚାଲିବ ବୋଲି ନିସ୍ପତ୍ତି ନେଇଥିଲେ ନୂଆ ସରକାର । ଏବେ ପୁଣି ସେଥିରେ କଟକ ବଡ଼ ମେଡିକାଲ ଯୋଡି ହୋଇଛି । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ମେଟ୍ରୋ ପ୍ରକଳ୍ପ କେଉଁ ପଟ ଦେଇ କେଉଁଠିକି ଗଡିବ ସେଥିପାଇଁ ଏକ କମିଟି ଗଠନ କରାଯାଇଛି । ସେହି କମିଟି ଦେଶରେ ମେଟ୍ରୋ ଚାଲୁଥିବା ବିଭିନ୍ନ ସହର ବୁଲି ଅନୁଧ୍ୟାନ କରୁଛି । ଏଥିପାଇଁ ନୂଆ DPR ପ୍ରସ୍ତୁତ କରାଯାଉଛି । କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସରକାରଙ୍କ ସହଯୋଗରେ ମେଟ୍ରୋ ପ୍ରକଳ୍ପ ତିଆରି ହେବ ବୋଲି ମନ୍ତ୍ରୀ କହିଛନ୍ତି । ମେଟ୍ରୋ ପ୍ରକଳ୍ପ କିଭଳି ଫିଜିବୁଲ ହେବ ଏବଂ ଅଧିକ ଲୋକ ଏହାକୁ ବ୍ୟବହାର କରିପାରିବେ ତା ପାଇଁ ସ୍ୱତନ୍ତ୍ର କମିଟି ଅନୁଧ୍ୟାନ କରୁଛି । ଏହାସହ ପୁରୀ, ଭୁବନେଶ୍ବର ଓ କଟକର କେଉଁ ପ୍ରମୁଖ ସ୍ଥାନ ମେଟ୍ରୋ ମ୍ୟାପରେ ଯୋଡି ହେବ ସେନେଇ ବି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି ।ଏଥିରେ ପୂର୍ତ୍ତ ବିଭାଗ, ଗୃହ ନିମାଣ ଓ ନଗର ଉନ୍ନୟନ ବିଭାଗ ସହ ମେଟ୍ରୋ ପ୍ରକ୍ପକୁକୁ ସହଯୋଗ କରୁଥିବା ସବୁ ବିଭାଗକୁ ନେଇ ନୂଆ ଡିପିଆର ପ୍ରସ୍ତୁତ ହେଉଛି । ଏକ୍ସପର୍ଟ କମିଟି ଖୁବ୍ ଶୀଘ୍ର ତଦନ୍ତ ସାରି ରିପୋର୍ଟ ପ୍ରଦାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି ମେଟ୍ରୋ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା ତିନି ଥାକିଆ ହେବ । ସବା ଉପରେ ମେଟ୍ରୋ ଯିବ । ତଳେ ରାସ୍ତାରେ ଗାଡ଼ି ଯିବ । ଏଯାଏଁ ମେଟ୍ରୋ ପ୍ରକଳ୍ପ ପାଇଁ ପୂର୍ବ ସରକାରରେ ୩୯୩ କୋଟି ଟଙ୍କା ଖର୍ଚ୍ଚ ସରିଛି ।ପୂର୍ବ ଡିପିଆର ଅନୂଯାୟୀ ପ୍ରକ୍ପପ କାମ ୨୦୨୩ ଠାରୁ ଆରମ୍ଭ ହୋଇଯାଇଛି । ଏହା ୪ ବର୍ଷ ମଧ୍ୟରେ ସରିବାର ଥିଲା । ଏବେ ନୂଆ ଡିପିଆର ଆସିବା ପରେ ତାହା କେତେ ସମୟ ମଧ୍ୟରେ ସରିବ ଓ କେବେ ଆରମ୍ଭ ହେବ ତାହା ଖୁବଶୀଘ୍ର ପ୍ରକାଶ କରିବ ବିଭାଗ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!