କାର୍ଯ୍ୟରେ ଯୋଗ ଦେଲେ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ
ନୟାଗଡ଼, (ବାଘୁଆବାର୍ତ୍ତା); ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଯୋଗ ଦେଲେ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଚିତରଂଜନ ପାଣ୍ଡେ । ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକଙ୍କୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ମାସ ୧୭ତାରିଖରେ ବିଜ୍ଞପ୍ତି ନଂ ୧୪୪୪ ଅନୁସାରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଯୁଗ୍ମ ନିର୍ଦ୍ଦେଶିକା ଭାବେ ବଦଳି କରାଯିବା ପରେ ସୋମବାର ଦିନ ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲା ଶିକ୍ଷା ବିଭାଗର ଦାୟୀତ୍ୱ ଗ୍ରହଣ କରିଛନ୍ତି ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଂଜନ ପାଣ୍ଡେ । ସେ ପୂର୍ବରୁ ଗଞ୍ଜାମ ଜିଲ୍ଲା ଓ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟ କରି ଆସିଥିବା ବେଳେ ନୟାଗଡ଼ ଜିଲ୍ଲା ତାଙ୍କ ପାଇଁ ଶିକ୍ଷା ବିଭାଗରେ ପରିବର୍ତ୍ତନ ଆଣିବା ପାଇଁ ଚ୍ୟାଲେଞ୍ଜ ପାଲଟିବ । ନୟାଗଡ଼ ଜିଲ୍ଲା ମୋ ପାଇଁ ଚ୍ୟାଲେଞ୍ଜ ହେବ । ମନମାନି କରୁଥିବା ଶିକ୍ଷକ ମାନଙ୍କ ଉପରେ ନଜର ରହିବ ଏବଂ କର୍ମଚାରୀମାନେ କିପରି କାର୍ଯ୍ୟରେ ମନ ନିବେଶ କରିବେ ତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ଶିକ୍ଷା ବ୍ୟବସ୍ତାରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରିବି । ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଏବଂ ହାଇସ୍କୁଲ ସ୍ତରରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟ କେମିତି ଭଲ ହେଇ ପାରିବ ସେ ଉପରେ ପ୍ରାଧାନ୍ୟ ଦିଆଯିବ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପସ୍ଥିତ ଉପରେ ନଜର ରଖାଯିବା ସହ କାହିଁକି ଏବଂ କଣ ଛାତ୍ରଛାତ୍ରୀ ଅନୁପସ୍ଥିର ରହୁଛନ୍ତି ତା ଉପରେ ଫୋକସ୍ ଦିଆଯିବ । ବିଦ୍ୟାଳୟର ଭିତ୍ତିଭୂମି ଦେଖିଲା ପରେ ଯେଉଁଠି ବିଦ୍ୟାଳୟ ମରାମତି କିମ୍ବା ନୂତନ ଗୃହର ଆବଶ୍ୟକ ହେବାକୁ ଥିବା ସେହି ବିଦ୍ୟାଳୟ ଗୁଡିକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଯାହା ପଦକ୍ଷେପ ନିଆଯିବା କଥା ନିଆଯିବ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।