Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା, ୧୮ ଜଣ ମୃତ

by ସଞ୍ଜୟ ସ୍ୱାଇଁ
February 16, 2025
in NATIONAL NEWS
ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା, ୧୮ ଜଣ ମୃତ
123
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କୁମ୍ଭମେହଳାକୁ ଯିବା ବେଳେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା । ପ୍ଲାଟଫର୍ମ ନମ୍ବର ୧୩ ଓ ୧୪ରେ ଠେଲାପେଲା ହେବାରୁ ୧୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏକାଧିକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା ଥିବା କହିଛି ପୋଲିସ। ଦଳାଚକଟାରେ ବିହାରରୁ ୯ ଜଣ, ଦିଲ୍ଲୀରୁ ୮ ଓ ହରିୟାଣାରୁ ଜଣଙ୍କର ମୃତ୍ୟୁ ହୋଇଛି। କୁମ୍ଭମେଳା ଯିବା ଲାଗି ହଜାର ହଜାର ଯାତ୍ରୀଙ୍କ ସମାଗମ ଯୋଗୁ ଅଘଟଣ ଘଟିଥିଲା। ଅଘଟଣ ପରେ ଉଦ୍ଧାର କାର୍ଯ୍ୟକୁ ତ୍ବରିତ କରାଯାଇଥିଲା। ସୂଚନା ଅନୁସାରେ, ପ୍ରୟାଗରାଜ ଏକ୍ସପ୍ରେସ୍ ଯେତେବେଳେ ୧୪ ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିଲା ସେତେବେଳେ ପ୍ଲାଟଫର୍ମରେ ପ୍ରବଳ ଭିଡ଼ଥିଲା । ସେହିପରି ସ୍ବତନ୍ତ୍ରତା ସେନାନୀ ଏକ୍ସପ୍ରେସ୍ ଓ ରାଜଧାନୀ ଏକ୍ସପ୍ରେସ୍ ମଧ୍ୟ ବିଳମ୍ବିତ ହୋଇଥିବା ବେଳେ ୧୨, ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଯାତ୍ରୀଙ୍କ ଭିଡ଼ ରହିଥିଲା । ଏହି ସମୟରେ ପ୍ରାୟ ଶତାଧିକ ଜେନେରାଲ ଟିକେଟ୍ ବିକ୍ରି ହୋଇ ଯାଇଥିବାରୁ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଫଳରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଯାତ୍ରୀମାନେ ପରସ୍ପର ଉପରେ ଚଢ଼ିଯାଇଥିଲେ । ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ବ୍ୟବସ୍ଥା ନଥିବାରୁ ପରିସ୍ଥିତି ଅତି ସାଂଘାତିକ ରୂପ ନେଇଥିଲା। ଘଟଣାସ୍ଥଳରେ NDRF ଟିମ୍ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ଅନ୍ୟପକ୍ଷରେ ଦଳାଚକଟାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା ହୋଇଥିବା ବେଳେ, ଗୁରୁତରଙ୍କ ପାଇଁ ଅଢ଼େଇ ଲକ୍ଷ ଓ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା ହୋଇଛି। ତେବେ କିଭଳି ସ୍ଥିତିରେ ଏଭଳି ଅଘଟଣ ଘଟିଥିଲା, ସେନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଘଟଣାର ତଦନ୍ତ ପାଇଁ କମିଟି ଗଠନ କରିଛି ରେଲଓ୍ବେ। ଷ୍ଟେସନରେ ଥିବା ଯାତ୍ରୀଙ୍କ ପାଇଁ ୪ଟି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଦରକାର ପଡ଼ିଲେ ଆହୁରି ଅଧିକ ଟ୍ରେନ ଚଳାଚଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!