ମାଲକାନଗିରି, (ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନା ଓ କାଲିମେଳା ଥାନାର ନୂତନ ବିଲ୍ଡିଂ ଉଦଘାଟନ କରିଛନ୍ତି ଡିଜିପି ଅଭୟ। ଏଥିସହ ମାଓବାଦୀ ଦମନ ରଣ ନୀତି ପ୍ରସ୍ତୁତ କରିବା ସହ ମାଓ ସମୀକ୍ଷା କରିଛନ୍ତି । ଏହା ପରେ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ପହଁଞ୍ଚି ଯବାନ ଓ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ମିଶି ରୁଦ୍ଧ ଦ୍ବାରା ବୈଠକ କରିଥିଲେ । ଜିଲ୍ଲାରେ କିପରି ଭାବେ ମାଓ ଦମନ କରାଯିବ ସେ ନେଇ ଏହି ବୈଠକରେ ଆଲୋଚନା କରିଥିଲେ । ଜିଲ୍ଲାରେ ପୂର୍ବ ଅପେକ୍ଷା ବର୍ତ୍ତମାନ ମାଓବାଦୀଙ୍କ ଦବଦବା କମିଛି । ଏବଂ ଯେଉଁ କିଛି ମାଓବାଦୀ ଅଛନ୍ତି ସେମାନଙ୍କୁ ଆତ୍ମ ସମର୍ପଣ କରିବା ପାଇଁ ଆହ୍ବାନ ଦେଇଛନ୍ତି । ଯେଉଁ ମାଓବାଦୀମାନେ ଆତ୍ମ ସମର୍ପଣ କରିବେ ସରକାରଙ୍କ ଆତ୍ମ ସମର୍ପଣ ନିୟମ ଅନୁଯାୟୀ ସେମାନଙ୍କୁ ଥଇଥାନ କରାଯିବ । ଜିଲ୍ଲାରେ ଉଲ୍ଲେଖନୀୟ କାର୍ୟ୍ୟ ଓ ମାଓ ମୁକାବିଲାରେ ସଫଳତା ହାସଲ କରିଥିବା ପୁଲିସ ଅଧିକାରୀ ଓ ପୁଲିସ କର୍ମଚାରୀ ମାନଙ୍କୁ ଡିଜି ପୁରସ୍କୃତ କରିଥିଲେ। ଡିଜିପିଙ୍କ ସହ ଆଇଜି ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇଜି ଅନିରୁଦ୍ଧ ସିଂ, ଡ଼ିଆଇଜି ରାଜେଶ ପଣ୍ଡିତ,ମାଲକାନଗିରି ଏସପି ପ୍ରହାଲଦ ସାଇ ମୀନା ପ୍ରମୁଖ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।






