ନୟାଗଡ଼, (ବାଘୁଆବାର୍ତ୍ତା): ହୃଦୟ ଥରିଲା ଭଳି ଘଟଣା ଆସି ପହଞ୍ଚିଛି । କେହି ଜଣେ ଘୃନ୍ୟ ମା ନବଜାତ ଶିଶୁକୁ ଜନ୍ମ ଦେଇ ଗଛ ମୂଳକୁ ଫିଙ୍ଗିଦେଇଛି । ଗଛ ମୂଳରେ କୁକୁର ନବଜାତ ଶିଶୁର ମୃତ ଶରୀରକୁ ଝୁଣି ଖାଉଥିବା ବେଳେ ସ୍ଥାନୀୟ ଲୋକ ଦେଖି ପୁଲିସ୍ ଖବର ଦେଇଥିଲେ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲ ସଦର ଥାନା ଅନ୍ତର୍ଗତ ଜାମୁସାହି ଅଞ୍ଚଳରେ । ସୂଚନାନୁସାରେ, ନୟାଗଡ଼ ସଦର ଥାନା ଅନ୍ତର୍ଗତ ଜାମୁସାହି ଅଞ୍ଚଳରେ ଥିବା ଗଛ ମୂଳରେ ଗୋଟିଏ କୁକର ଶିଶୁର ଶବ ଝୁଣି ଖାଉଥିବା ବେଳେ ସ୍ଥାନୀୟ ଲୋକ ଦେଖି କୁକୁର ଠାରୁ ଶିଶୁର ଶବ ଉଦ୍ଧାର କରି ସଦର ଥାନା ପୁଲିସ୍ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶିଶୁର ଶବକୁ ଉଦ୍ଧାର କରି ଥାନାରେ ଏକ ଅପମୃତ୍ୟୁ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଥିବା ନେଇ ସଦରଥାନା ଅଧିକାରୀ ଦୀପକ୍ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।






