ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକରେ ନୂତନ ବିଡିଓ ଭାବେ ଏøଶ୍ୱର୍ଯ୍ୟା ଭୂୟାଁ ଆଜି କାର୍ଯ୍ୟରେ ଯୋଗଦାନ ଦେଇଛନ୍ତି । ସେ ହେଉଛନ୍ତି ନୟାଗଡ଼ ବ୍ଲକର ପ୍ରଥମ ମହିଳା ବିଡିଓ । ଗତ କିଛି ଦିନ ତଳେ ତାଙ୍କର ବାରିପଦାରୁ ନୟାଗଡ଼କୁ ବଦଳି ହୋଇଥିଲା । ଆଜି କାର୍ଯ୍ୟରେ ଯୋଗଦାନ କଲାପରେ ବ୍ଲକ ପକ୍ଷରୁ ସମସ୍ତ କର୍ମଚାରୀ ମାନେ ତାଙ୍କୁ ସ୍ୱାଗତ କରିଥିଲେ । ଗତ କିଛି ଦିନ ଧରି ବିଡିଓ ପଦବୀ ଖାଲି ପଡିଥିଲା । ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।






