ଭଦ୍ରକ, (ବାଘୁଆବାର୍ତ୍ତା): ଆଜି ସଂସ୍କୃତି ଭବନ ଭଦ୍ରକ ପରିସର ରେ “ନେତାଜୀ ସୁବାଷ ବାହିନୀ” ର ୭ମ ବାର୍ଷିକ ଉତ୍ସବ ରେ ସଭାପତିତ୍ୱ କରିଥିଲେ ବାହିନୀ ର ଆବାହକ ଶ୍ରୀ ବିକାଶ ଶ୍ରେଷ୍ଠା, ମୁଖ୍ୟ ଅତିଥି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ଅଶୋକ ଶତପଥୀ, ମୁଖ୍ୟବକ୍ତା ଧର୍ମ ଗୁରୁ ପଣ୍ଡିତ ସଂଗ୍ରାମ ଆଚାର୍ୟ୍ୟ, ସମ୍ମାନିତ ଅତିଥି ଥିଲେ ଭଦ୍ରକ ଜିଲ୍ଲାର ତିନି ଉଦିୟମାନ ଯୁବନେତା ତଥା ଯୁବ ସମାଜସେବୀ ରାକେଶ ପଣ୍ଡା,ସୁରଜ ସାହୁ ଏବଂ ପ୍ରକାଶଜ୍ୟୋତି ମହାକୁଡ଼ । ଏହି ସଭାରେ ମଞ୍ଚରେ ଅତିଥି ପରିଚୟ ପ୍ରଦାନ କରିଥିଲେ ନୀଳ ଲୋହିତ ଜେନା ଏବଂ ଧନ୍ୟବାଦ ଜଣାଇଥିଲେ ବାହିନୀ ଉପଦେଷ୍ଟା ସତ୍ୟବ୍ରତ ଦାସ । ସମାଜସେବାରେ ବିଭିନ୍ନ କ୍ଷେତ୍ରରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ୧୧ ଟି ସାମାଜିକ ସଂଗଠନ କୁ ସମ୍ୱର୍ଦ୍ଧିତ କରାଯାଇଛି ଏବଂ ବିଶିଷ୍ଟ ଗୌସେବା ପାଇଁ ପ୍ରମୋଦ କୁମାର ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।






