ନୟାଗଡ଼ ,(ବାଘୁଆବାର୍ତ୍ତା): ଅସହାୟ ପରିବାରକୁ ଦୁର୍ଦ୍ଦିନ ସହାୟକ ହେଲେ ସ୍ୱେଛାସେବୀ । ଅଗ୍ନିକାଣ୍ଡ ଘଟି ଘରର ଆସବାପତ୍ର ଓ ଖାଦ୍ୟ ସାମଗ୍ରୀ ପୋଡି ପାଉଁସ ହୋଇଯାଇଥିବା ବେଳେ ଉକ୍ତ ପରିବାରକୁ ସାହାର୍ଯ୍ୟର ହାତ ବଢାଇଛନ୍ତି ସ୍ୱେଛାସେବୀ ସଂଗଠନ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଦୁର୍ଦ୍ଦୁରା ପଞ୍ଚାୟତ ନେଳିବାରି ଗାଁର ହରିହର ନାହକଙ୍କ ଦୁଇ ବଖରା ଘର ପୋଡି ପାଉଁସ ହୋଇଯାଇଛି । ଖାଦ୍ୟ ସାମଗ୍ରୀ ସବୁ ଲିନ ହୋଇଯାଇଥିବାର ଖବର ପାଇ ଦୁର୍ଦ୍ଦୁର ଗ୍ରାମର ସ୍ୱେଛାସେବୀ ସଂଗଠନ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ ଏବଂ ସମାଜସେବୀ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମଦୋର ସାହୁ ମିଳିତ ଭାବେ ଯାଇ ନେଳିବାରି ଗାଁର ପହଞ୍ôଚ ହରିହର ନାହାକଙ୍କ ପରିବାରକୁ ସୁଖିଲା ଖାଦ୍ୟ ସାମଗ୍ରୀ ଓ ପନି ପରିବା ପ୍ରଦାନ କରିଥିଲେ । ସେହିପରି ଫୋକସ୍ ଫାଉଣ୍ଡେସନ୍ ସଭାପତି ଦିନେଶ ବିଶ୍ୱାଳଙ୍କ ତତ୍ୱଧାନରେ ନେଳିବାରି ଗାଁର ହରିହରଙ୍କ ପାଖରେ ପହଞ୍ଚି ଫୋକସ୍ ଫାଉଣ୍ଡେସନ ପକ୍ଷରୁ ସୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି ।





