ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ “ସୋହମ”, ଭାରତ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗ ର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ “ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା” ନୟାଗଡ ଷ୍ଟାଡିୟମ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି I ଏହାକୁ ସୋହମ ସଙ୍ଗଠନର ସମ୍ପାଦକ କାମାକ୍ଷI ପ୍ରସାଦ ଦାଶ, ଉପସଭାପତି ତଥା ବିଶିଷ୍ଠ ପରିବେଶବିତ ଓ ପରିବେଶ ମିତ୍ର ଅନାଦି ଚରଣ ମହାନ୍ତି, ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ଶତପଥୀ, ନେହେରୁ ଯୁବା କେନ୍ଦ୍ରର ଅନିଲ କୁମାର ପ୍ରଧାନ ପ୍ରମୁଖ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ l
ଏଥିରେ ଯୁବକ ବର୍ଗର ଫୁଟବଲ , ୧୦୦ ମିଟର ଦୌଡ, ଟାଇକୁଣ୍ଡ ଏବଂ ଯୁବତୀ ବର୍ଗର କବାଡି, ଧୀର ସାଇକେଲ ଚାଳନା , ବ୍ୟାଡ ମିଣ୍ଟନ ପ୍ରତିଯୋଗୀତା କରଯାଇଥିଲା l ପରିଶେଷରେ କୃତି ଦଳ ଓ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରଯାଇଥିଲା l ପ୍ରତି ବର୍ଗ କ୍ରୀଡାର ପ୍ରଥମ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀମାନେ ଜିଲ୍ଲା ସ୍ତରୀୟ କ୍ରୀଡା କାର୍ଯ୍ୟକ୍ରମରେ ଭାଗନେବେ l ଏଥିରେ ସଙ୍ଗଠନର ସାରସ୍ଵତ ବିଭୁପାଦ , ଚରଣ ଗୁରୁ, ସୁନୀଲ କୁମାର ମହାନ୍ତି , ନୟାଗଡ ଟାଇକୁଣ୍ଡ ବିଦ୍ୟାଳୟ ର ଏମ. ରୀତିକ ରଞ୍ଜନ ମହାପାତ୍ର ଙ୍କ ସମେତ ଶତାଧିକ କ୍ରୀଡା ପ୍ରେମୀ ଓ ପ୍ରତିଯୋଗୀ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l