ନୟାଗଡ, (ବାଘୁଆବାର୍ତ୍ତା): ଆଜି ନୟାଗଡ ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ “ସୋହମ” , ଭାରତ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗ ର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ “ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା” ନୟାଗଡ ଷ୍ଟାଡିୟମ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି I ଏହାକୁ ନୟାଗଡ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ,ନୟାଗଡ ମୁନିସପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ,ସୋହମ ସଙ୍ଗଠନର ସମ୍ପାଦକ କାମାକ୍ଷI ପ୍ରସାଦ ଦାଶ, ଉପସଭାପତି ତଥା ବିଶିଷ୍ଠ ପରିବେଶବିତ ଓ ପରିବେଶ ମିତ୍ର ଅନାଦି ଚରଣ ମହାନ୍ତି, ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ଶତପଥୀ ପ୍ରମୁଖ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ l ଏଥିରେ ନୟାଗଡ ଜିଲ୍ଲାର ପ୍ରତ୍ୟେକ ବ୍ଲକ ରୁ ବିଜୟୀ ହୋଇ ଆସିଥିବା ଯୁବକ ବର୍ଗର ଫୁଟବଲ , ୧୦୦ ମିଟର ଦୌଡ, ଟାଇକୁଣ୍ଡ ଏବଂ ଯୁବତୀ ବର୍ଗର କବାଡି, ଧୀର ସାଇକେଲ ଚାଳନା , ବ୍ୟାଡ ମିଣ୍ଟନ ପ୍ରତିଯୋଗୀତା କରଯାଇଥିଲା l ପରିଶେଷରେ କୃତି ଦଳ ଓ ପ୍ରତିଯୋଗୀ ମାନଙ୍କୁ ମାନପତ୍ର, କ୍ରୀଡା ସାମଗ୍ରୀ ଓ ପୁରସ୍କାର ପ୍ରଦାନ କରଯାଇଥିଲା l ଏଥିରେ ସଙ୍ଗଠନର ସୁଧୀର କୁମାର ବେହେରା , ରବୀନ୍ଦ୍ର ନାୟକ, ଦୁର୍ଗାମଧବ ସେଠୀ, ବିଶ୍ଵଜିତ ପଟ୍ଟନାୟକ , ଚରଣ ଗୁରୁ, ସୁନୀଲ କୁମାର ମହାନ୍ତି , ନୟାଗଡ ଟାଇକୁଣ୍ଡ ବିଦ୍ୟାଳୟ ର ଏମ. ରୀତିକ ରଞ୍ଜନ ମହାପାତ୍ର ଙ୍କ ସମେତ ଶତାଧିକ କ୍ରୀଡା ପ୍ରେମୀ ଓ ପ୍ରତିଯୋଗୀ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l