Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ୟାରିସରେ ଇତିହାସ ରଚିଲେ ନୀତୀଶ କୁମାର

by ସଞ୍ଜୟ ସ୍ୱାଇଁ
September 2, 2024
in NATIONAL NEWS, Sports
ପ୍ୟାରିସରେ ଇତିହାସ ରଚିଲେ ନୀତୀଶ କୁମାର
143
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ୟାରିସ ପାରା ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତର ନୀତୀଶ କୁମାର। ସେ ଆଜି ଦେଶ ପାଇଁ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଭାରତର ଏହି ଷ୍ଟାର ପାରା ଶଟଲର ପ୍ରଥମଥର ପାଇଁ କୌଣସି ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ଆଜି ସେ ପୁରୁଷ ଏକକ ବ୍ୟାଡମିଣ୍ଟନର ଏସଏଲ ୩ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି। ନୀତୀଶ କୁମାର ଗ୍ରେଟ ବ୍ରିଟେନର ଡାନିଏଲ ବେଥଲେଙ୍କ ସହ କଡ଼ା ସଂଘର୍ଷ କରି ଏହି ସଫଳତା ପାଇଛନ୍ତି। ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଦେଖି ଏସଏଲ ୩ ବର୍ଗରେ ଖେଳିବା ଆରମ୍ଭ କରିଥିବା ନୀତୀଶ କୁମାର ୨୦୧୬ରେ ପ୍ରଥମଥର ପାଇଁ ବ୍ୟାଡମିଣ୍ଟନ କୋର୍ଟକୁ ଓହ୍ଲାଇଥିଲେ। ସେ ସିଙ୍ଗ କୋର୍ଟରେ ଖେଳିବା ସହ ସମସ୍ତଙ୍କୁ ନିଜର ଜଲୱା ଦେଖାଇଥିଲେ। ଆଜି ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ତାଙ୍କୁ ୭୯ ମିନିଟ ଧରି ଲଢ଼େଇ କରିବାକୁ ପଡ଼ିଥିଲା। ଶେଷରେ ସେ ୨-୧ରେ ମ୍ୟାଚ୍‌ ସହ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି। ନୀତୀଶ କୁମାର ପ୍ରଥମ ସେଟକୁ ୨୧-୧୨ରେ ଜିତି ନେଇଥିଲେ। ଏହି ସେଟଟି ୩୧ ମିନିଟ ଧରି ଚାଲିଥିଲା। ଦ୍ୱିତୀୟ ସେଟରେ ଡାନିଏଲ କମବ୍ୟାକ କରି ୧୮-୨୧ରେ ନୀତୀଶଙ୍କୁ ହରାଇ ଦେଇଥିଲେ। ସ୍ଥିତି ୧-୧ ହୋଇଯିବାରୁ ମ୍ୟାଚ୍‌ ନିର୍ଣ୍ଣାୟକ ସେଟକୁ ଯାଇଥିଲା। ଏହି ସେଟରେ ଡାନିଏଲ ପ୍ରଥମ ହାଫରେ ନୀତୀଶ କୁମାରଙ୍କ ଉପରେ ଚାପ ପକାଇ ଥିଲେ। ହେଲେ ମିଡ ଟାଇମ ବ୍ରେକ ପରେ ନୀତୀଶ କୁମାର କମବ୍ୟାକ କରିଥିଲେ। ସେ ଏହି ସେଟକୁ ୨୩-୨୧ରେ ଜିତି ସ୍ୱର୍ଣ୍ଣ ପଦକ କବଜା କରିଛନ୍ତି। ତୃତୀୟ ସେଟଟି ୨୩ ମିନିଟ ଧରି ଚାଲିଥିଲା। ନୀତୀଶ କୁମାର ସ୍ୱର୍ଣ୍ଣ ଜିତିବାରୁ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ସେହିପରି ଚଳିତ ପାରା ଅଲିମ୍ପିକ୍ସରେ ଏହା ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ। ନୀତୀଶ କୁମାରଙ୍କ ପୂର୍ବରୁ ୧୦ ମିଟର ଏୟାର ରାଇଫଲ(ଏସଏଚ୍‌ ୧)ରେ ଅବନୀ ଲେଖାର ଦେଶ ପାଇଁ ସ୍ୱର୍ଣ୍ଣିମ ସଫଳତା ଆଣିଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!