ଭୁବନେଶ୍ୱର (ବାଘୁଆବାର୍ତ୍ତା): ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ ଟିମ୍ ପ୍ରସ୍ତୁତ ରହିଛି । ବର୍ତ୍ତମାନ ସୁଦ୍ଧା ୨୨ଟି ଏନଡିଆରଏଫ ଟିମ ଓଡିଶା ପାଇଁ ପ୍ରସ୍ତୁତ ରହିଛନ୍ତି । ଆଉ ୧୦ଟି ଟିମ୍ ପାଇଁ ଏସଆରସି କହିଛନ୍ତି । ଆଜି ସନ୍ଧ୍ୟା କିମ୍ବା କାଲି ସକାଳ ସୁଦ୍ଧା ଆଉ ୧୦ଟି ପହଞ୍ଚାଯିବ ବୋଲି ଏନଡିଆରଏଫ ଡିଜି ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି । ବାତ୍ୟା ମୁକାବିଲା ଲାଗି ଓଡିଶା ପାଇଁ ମୋଟ ୩୨ଟି ଟିମ୍ ମୁତୟନ ରହିବେ ବୋଲି କହିଛନ୍ତି । କେଉଁ ଜିଲାରେ କେତୋଟି ଏନଡିଆରଏଫ ଟିମ୍ ରହିବେ ସେଥିପାଇଁ ପ୍ରସ୍ତୁତି ହୋଇଛି । ତେବେ ବର୍ତ୍ତମାନ ଥିବା ୨୨ ଟି ଟିମ୍ ମଧ୍ୟରୁ ଆଜି ମୁଣ୍ଡଳୀ ଏନଡିଆରଏଫ କେନ୍ଦ୍ରରୁ ୯ଟି ଟିମ୍ ଉତ୍ତର ଓଡିଶାର ବିଭିନ୍ନ ସ୍ଥାନକୁ ଯାଇଛନ୍ତି । ଗୋଟିଏ ଟିମ୍ ମୟୂରଭଞ୍ଜ, ଗୋଟିଏ ଭଦ୍ରକ ଓ ୭ଟି ଟିମ୍ ବାଲେଶ୍ୱର ଯାଇଛନ୍ତି । ଆଉ ୯ଟି ଟିମ୍ ବିଭିନ୍ନ ସ୍ଥାନକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ବାକି ୪ଟି ଟିମ୍ ମୁଣ୍ଡଳୀରେ ରହିବେ ବୋଲି ଜଣାପଡିଛି ।






