ଭୁବନେଶ୍ୱର,(ବାଘୁଆବାର୍ତ୍ତା): ନ୍ୟାସନାଲ ଡିଫେନ୍ସ ଏକାଡେମୀ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି । ସମଗ୍ର ଦେଶରେ ଓଡ଼ିଆ ପୁଅ ରୋନିତ୍ ରଞ୍ଜନ ନାୟକ ଟପ୍ପର ହୋଇଥିବା ଜଣାପଡିଛି । ରୋନିତ୍ ଗୋଆସ୍ଥିତ ନାଭାଲ ପବ୍ଲିକ ସ୍କୁରୁ ପ୍ରାଥମିକ ଶିକ୍ଷା ଓ କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ୍ ପାସ କରିଥିଲେ । ସେହିଦିନ ଠାରୁ ସେନାବାହିନୀରେ କ୍ୟାରିୟର କରିବାକୁ ନେଇ ସ୍ୱପ୍ନ ଦେଖିଥିଲେ । ତେଣୁ ସେନାବାହିନୀକୁ କ୍ୟାରିୟର କରିବାକୁ ଯାଇ କୋହ୍ଲାପୁର ସ୍ଥିତ ଆର୍ମଡ୍ ଫୋର୍ସେସ୍ ପ୍ରିପାରେଟୋରୀ ଇନଷ୍ଟିଚ୍ୟୁଟରେ ପ୍ରଶିକ୍ଷଣ ନେଉଥିଲେ ବା ଶିକ୍ଷାଲାଭ କରିଥିଲେ । ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ପରୀକ୍ଷା ଦେଇଥିଲେ । ଉକ୍ତ ପରୀକ୍ଷାରେ ସମଗ୍ର ଦେଶରେ ଟପ୍ପର ହୋଇଛନ୍ତି ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ବଛଡ଼ା ଗାଁର ଓଡ଼ିଆ ପୁଅ ରୋନିତ୍ ରଞ୍ଜନ ନାୟକ । ତେବେ ଆଗକୁ ରୋନିତ୍ ଏଭିଏସନ ୱିଙ୍ଗରେ ଜଏନ୍ କରି ଫାଇଟର ପାଇଲଟ ହେବାର ଆଶା ରଖିଥିବା ନେଇ ରୋନିତ୍ ପ୍ରକାଶ କରିଛନ୍ତି ।






