ନୟାଗଡ଼,(ବାଘୁଆବା ର୍ା): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନାଭାଲ୍, ଏନ୍ସିସି କ୍ୟାଡେଡ୍ ମାନେ ନୟାଗଡ଼ ସହରର ବିଭିନ୍ନ ସ୍ଥାନରେ ଅବସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ଗୁଡ଼ିକର ସଫେଇ କାର୍ଯ୍ୟରେ ସାମିଲ ହୋଇଛନ୍ତି । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ସୁରେଶ ପ୍ରଧାନ, ଏନ୍ସିସି ଲେଫ୍ଟଲାଣ୍ଡ ଗୋଲଖ ବିହାରୀ ନାୟକଙ୍କ ତତ୍ୱାବଧାନରେ ଏନ୍ସିସି କ୍ୟାଡେଡ୍ମାନେ ନୟାଗଡ଼ ଜଗନ୍ନାଥ ମନ୍ଦିର ସ୍ଥିତ ଉତ୍କଳ ଘଣ୍ଟ ଯଦୁମଣୀ ମହାପାତ୍ର ଓ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀକୁ ସଫା ସୁତରା କରିଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନର ସଫଳ ଋପାୟନ ନିମନ୍ତେ ବ୍ରହ୍ମପୁର ନାଭାଲ୍ ୟୁନିଟ୍ର କମାଣ୍ଡିଙ୍ଗ ଅଫିସର୍ କୈଳାଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ ଅନୁସାରେ ଏହି କାର୍ଯ୍ୟ କରାଯାଇଛି ।





