ବାରଙ୍ଗ, (ବାଘୁଆବାର୍ତ୍ତା): ସିଆରପିଏଫ୍ ଯବାନଙ୍କୁ ଠକେଇ । ବିଜନେସ୍ ଏବଂ ଜମି କରିଦେବାକୁ କହି ଠକେଇ । ୧୬ ଲକ୍ଷ ଟଙ୍କା ଠକି ହୋଇଥିଲେ ଫେରାର । ଠକ ସୁଧାଂଶୁ ବେହେରାକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ସ୍ଥାନୀୟ ଭରତପୁର ଅଞ୍ଚଳରେ ରହୁଥିବା ଠକ ସୁଧାଂଶୁ ବେହେରାକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ବିଭିନ୍ନ ସମୟରେ ଏକାଧିକ ଲୋକଙ୍କୁ ଠକିଥିବା ସୁଧାଂଶୁ ଜଣେ ସିଆରପିଏଫ୍ ଯବାନଙ୍କୁ ବ୍ୟବସାୟ ଓ ଜମି ଦେବାକୁ କହି ୧୬ ଲକ୍ଷ ଠକି ନେଇ ଯାଇଥିଲେ । ଅଭିଯୋଗକାରୀ ଟଙ୍କା ଫେରସ୍ତ ମାଗିବାରୁ ଆଜି-କାଲି କହି ସମୟ ଗଡ଼ାଇ ଚାଲିଥିଲେ ଏବଂ ଫେରାର ହୋଇ ଯାଇଥିଲେ । ଶେଷରେ ନୟାପଲ୍ଲୀ ଥାନା ପୋଲିସ ସୁଧାଂଶୁଙ୍କୁ ଅଭିଯୋଗ ଆଧାରରେ ଗିରଫ କରିଛି ।





