Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ : ଜିଲ୍ଲାରେ ଶିକ୍ଷା ଅବ୍ୟବସ୍ଥା, କମୁଛି ଏ୧ ସଂଖ୍ୟା

by ସଞ୍ଜୟ ସ୍ୱାଇଁ
May 12, 2025
in Education, Nayagarh
ନୟାଗଡ଼ : ଜିଲ୍ଲାରେ ଶିକ୍ଷା ଅବ୍ୟବସ୍ଥା, କମୁଛି ଏ୧ ସଂଖ୍ୟା
558
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଶିକ୍ଷା ଅବ୍ୟବସ୍ଥା ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିଛି । ଜିଲ୍ଲାରେ ବିଗତ ୪ ବର୍ଷର ମାଟ୍ରିକ ପରୀକ୍ଷା ଫଳକୁ ଲକ୍ଷ କଲେ ଏହା ଜଳଜଳ ଦେଖାଯାଉଛି । ୨୦୨୨ ମସିହାରେ ୨୨୪ ଛାତ୍ରଛାତ୍ରୀ ଏ୧ ପାଇଥିଲେ । ୨୦୨୩ ମସିହାରେ ୧୪୦, ୨୦୨୪ ମସିହାରେ ୩୩, ୨୦୨୫ ମସିହାରେ ୪୪ ଜଣ ଏ୧ ପାଇଛନ୍ତି । ଏହି ୪୪ ମଧ୍ୟରୁ ସରକାରୀ ଉଚ୍ଚ ବିଦ୍ୟାଳୟରୁ ୩୩ ଜଣ ଛାତ୍ରଛାତ୍ରୀ ଏ୧ ପାଇଥିବା ବେଳେ ଘରୋଇ ଶିକ୍ଷାନୁଷ୍ଠାନରୁ ୧୧ ଜଣ ଛାତ୍ରଛାତ୍ରୀ ଏ୧ ପାଇଛନ୍ତି । ଚଳିତ ବର୍ଷ ନୟାଗଡ଼ ସହରରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୬ ଜଣ ଏ୧ ପାଇଥିବା ସୂଚନା ମିଳିଛି । ସେହିଭଳି ଭାବେ ଶରଣକୁଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜଣେ ଛାତ୍ର, ନୟାଗଡ଼ ଶ୍ରୀ ଅରବିନ୍ଦ ବିଦ୍ୟାଳୟର ଜଣେ, ଶରଣକୁଳ କେଏସବି ପବ୍ଲିକ ସ୍କୁଲରୁ ୨ ଜଣ ଛାତ୍ରଛାତ୍ରୀ ଏ୧ ପାଇଛନ୍ତି । ନୟାଗଡ଼ ରାମକୃଷ୍ଣ ଶିକ୍ଷା କେନ୍ଦ୍ରର ଜଣେ ଛାତ୍ର ଏ୧ ପାଇଥିବା ଜଣାପଡ଼ିଛି । ଜିଲ୍ଲାରେ ୫ଟି ଘରୋଇ ବିଦ୍ୟାଳୟର ୧୧ ଜଣ ଛାତ୍ରଛାତ୍ରୀ ଏ୧ ପାଇଥିବା ବେଳେ ସରକାରୀ ବିଦ୍ୟାଳୟ ଏ୧ ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୩ ବୋଲି ଜଣାପଡ଼ିଛି । ଜିଲ୍ଲାରେ ମୋଟ ୪୪ ଜଣ ଛାତ୍ରଛାତ୍ରୀ ଏ୧ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ୩୩ ଜଣ । ନୟାଗଡ଼ ଜିଲ୍ଲାର ୮ଟି ବ୍ଲକକୁ ଅନୁଧ୍ୟାନ କଲେ କେବଳ ଭାପୁର ବ୍ଲକ ଏ୧ ଶୁନ୍ୟ ବୋଲି ଜଣାପଡ଼ିଛି । ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଏ୧ ଛାତ୍ରଛାତୀ ରହିଥିବା ବେଳେ ଭାପୁର ଖାତା ଖୋଲି ନପାରିବା ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ସରକାରୀ ବିଦ୍ୟାଳୟ ଓ ଘରୋଇ ବିଦ୍ୟାଳୟ ମଧ୍ୟରେ ତାରତମ୍ୟକୁ ଲକ୍ଷ କଲେ ସରକାରୀ ବିଦ୍ୟାଳୟ ପାଠ ପଢ଼ା ଅତ୍ୟନ୍ତ ଅବ୍ୟବସ୍ଥିତ ବୋଲି ଅନୁମାନ କରାଯାଉଛି । ବିଦ୍ୟାଳୟ ଗୁଡ଼ିକର ଗୁଣବତ୍ତାପୂର୍ଣ୍ଣ ଶିକ୍ଷାର ଅଭାବ ଜଳଜଳ ଦେଖାଯାଉଛି । ଅନେକ ବିଦ୍ୟାଳୟରେ ଶିକ୍ଷକମାନେ ଶିକ୍ଷାଦାନ କରିବା ପରିବର୍ତ୍ତେ ରାଜନୀତି କରିବା ଦ୍ୱାରା ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ନୟାଗଡ଼ ଜିଲ୍ଲାରେ ଅନେକ ଶିକ୍ଷକ ବିଦ୍ୟାଳୟ ମାଟି ମାଡ଼ୁନଥିବା ବେଳେ ଅନେକ ନିଜ ନାଁ କିଭଳି ପ୍ରଚାର ଓ ପ୍ରସାର କରିବେ ତାହା ଚିନ୍ତା କରୁଛନ୍ତି । ନୟାଗଡ଼ ସହର ପ୍ରମୂଖ ଶିକ୍ଷାନୁଷ୍ଠାନ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟ ଚଳିତ ବର୍ଷ ଏ୧ରୁ ବଞ୍ଚିତ ହୋଇଛି । ସମାନ ଭାବେ ଜିଲ୍ଲାର ଅନେକ ପ୍ରମୂଖ ଶିକ୍ଷାନୁଷ୍ଠାନ ଏ୧ରୁ ବଞ୍ଚିତ ହୋଇଛି । ପ୍ରାଥମିକ ବିଦ୍ୟାଳୟଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ଅନେକ ତ୍ରୃଟି ରହିଥିବା ସମସ୍ତ ଅନୁଭବ କରୁଥିଲେ ମଧ୍ୟ ଏହାକୁ ସୁଧାରିବାକୁ ପ୍ରୟାସ କରାଯାଉନାହିଁ । ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ପରୀକ୍ଷା ଫଳାଫଳକୁ ନେଇ ଟାର୍ଗେଟ ଦିଆଯାଉନାହିଁ । ଯାହା ଦ୍ୱାରା ବେଫିକର ଭାବେ ଶିକ୍ଷାଦାନ କରାଯିବା, ଛାତ୍ରଛାତ୍ରୀଙ୍କ ଉପରେ ଅଙ୍କୁଶ ନରହିବା ଭଳି ସ୍ଥିତି ସୃଷ୍ଟି ହେଉଛି । ନୟାଗଡ଼ ଜିଲ୍ଲାରେ ଗୋଟିଏ ଗୋଟିଏ ବିଦ୍ୟାଳୟରେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ବଦଳି କରାଯିବା ଉପରେ ଜିଲ୍ଲା ଶିକ୍ଷା ବିଭାଗ ଆଦୈା ଗୁରୁତ୍ୱ ଦେଉନାହିଁ । ଯାହା ଦ୍ୱାରା ଶିକ୍ଷା ବିଭାଗ ଅଧିକାରୀଙ୍କ ପ୍ରତି ଶିକ୍ଷକଙ୍କ ମନରେ ଭୟ ରହୁନାହିଁ । ବିଭିନ୍ନ ସଂଘ ନାଁରେ କିଛି ଶିକ୍ଷକ ଶିକ୍ଷା ବ୍ୟବସ୍ଥା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ଦେଖାଯାଉଛି । ଜିଲ୍ଲା ଶିକ୍ଷା ଅଧିକାରୀ ଏ ଦିଗରେ ଧ୍ୟାନ ଦେବା ସହ ଆଗାମୀ ବର୍ଷ ପାଇଁ ବିଭିନ୍ନ ବିଦ୍ୟାଳୟକୁ ଟାର୍ଗେଟ ଦେବାକୁ ଦାବି ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!