Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ୱ ହାସ୍ୟ ଦିବସ: ଜ୍ଞାନ ହୋତା ପାଇଲେ ଚଳିତବର୍ଷ ଉତ୍କଳ ଘଣ୍ଟ ହାସ୍ୟରସିକ ଉପାୟନ

by ସଞ୍ଜୟ ସ୍ୱାଇଁ
May 4, 2025
in Nayagarh, State
ବିଶ୍ୱ ହାସ୍ୟ ଦିବସ: ଜ୍ଞାନ ହୋତା ପାଇଲେ ଚଳିତବର୍ଷ ଉତ୍କଳ ଘଣ୍ଟ ହାସ୍ୟରସିକ ଉପାୟନ
131
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ମଇ ମାସର ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ରୂପେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ହାସ୍ୟ ଦିବସ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ଏବଂ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି,ଡ.କୁଳାଙ୍ଗାର, ଶ୍ରୀଯୁକ୍ତ ସତ୍ୟାନାଶ, ଡ. ରମାକାନ୍ତ ମହାପାତ୍ର,ରବୀନ୍ଦ୍ର ରାଉତ, ମିଷ୍ଟର କାଳିଆ,ଆର୍ତ୍ତତ୍ରାଣ,ବାଳକୃଷ୍ଣ, ବିଭୁ,ମନ ମାଷ୍ଟ୍ରେ,ସତ୍ୟବ୍ରତଙ୍କ ସମେତ ବହୁ ବ୍ୟଙ୍ଗ କବି ଯୋଗ ଦେଇଥିଲେ ।

ବ୍ୟଙ୍ଗ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ଉତ୍କଳ ଘଣ୍ଟ ହାସ୍ୟ ରସିକ ଉପାୟନ-୨୦୨୫ ବ୍ୟଙ୍ଗବାଗୀଶ ଜ୍ଞାନ ହୋତାଙ୍କୁ ପ୍ରଦାନ ସହିତ ନଗଦ ୨୧ହଜାର ଟଙ୍କା ପୁରସ୍କାର ରାଶି, ଉପଢୌକନ ଏବଂ ମାନପତ୍ର ଦେଇ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ । ଅନୁରୂପ ଭାବେ ଅନ୍ୟ ହାସ୍ୟ କଳାକାରମାନଙ୍କୁ ମଧ୍ୟ ଉପଢୌକନ ଏବଂ ମାନପତ୍ର ପ୍ରଦାନ ସହିତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଅନୁଷ୍ଠାନର ସମ୍ପାଦକ ନିର୍ମଳ ଶୁରଦେଓ ଅତିଥି ପରିଚୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ। କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, କବି ଅଶୋକ ମଲ୍ଲ, ଲକ୍ଷ୍ମୀଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ହସିବା ଦ୍ଵାରା ଦେହ ଓ ମନ ସୁସ୍ଥ ରହେ।ପ୍ରତ୍ୟେକ ମନୁଷ୍ୟ ନିଜେ ହସିବା ସହିତ ଅନ୍ୟ ମାନଙ୍କୁ ହସେଇବା ଆବଶ୍ୟକ। ନୟାଗଡ଼ ମାଟି ବ୍ୟଙ୍ଗ ସାହିତ୍ୟର ମାଟି ଏବଂ ଏଠାରେ ବ୍ୟଙ୍ଗକବି ତଥା ଉତ୍କଳଘଣ୍ଟ ଯଦୁମଣୀ ସମଗ୍ର ରାଜ୍ୟ ତଥା ଦେଶରେ ପ୍ରସିଦ୍ଧି ଅର୍ଜନ କରିଥିବା ବେଳେ ତାଙ୍କର କୃତି ନୟାଗଡ଼ ପାଇଁ ଗୌରବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ବ୍ୟଙ୍ଗ କବି ଓ ହାସ୍ୟ ଅଭିନେତାମାନେ ଦର୍ଶକଙ୍କୁ ବିଭିନ୍ନ ବ୍ୟଙ୍ଗ ଓ ଅଭିନୟ ଦ୍ବାରା ବିମୋହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମର ମଜା ଉପଭୋଗ କରିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!