ନୟାଗଡ଼,(ବାଘୁଆବାର୍ତ୍ତା): ଉତ୍କଳ ଗୈାରବ ମଧୂସୁଦନ ଦାଶଙ୍କ ୧୭୩ ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା ତରଫରୁ ସଭାପତି ବସିରନ୍ ବିବି, ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମଧୂସୁଦନ ଦାଶଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପୈାର ପରିଷଦର ୧୧୦ ଜଣ ସଫେଇ କର୍ମଚାରୀଙ୍କୁ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଉପସ୍ଥିତିରେ ବେଢାଣ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ନୟାଗଡ଼ ଟ୍ରାଫିକ ଛଳରେ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି ଓ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ଉପସ୍ଥିତିରେ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ଛତା, ପୁଲିସ କର୍ମଚାରୀଙ୍କୁ ସାନିଟାଇଜର୍ ଓ ହାଣ୍ଡୱାସ୍ ଏବଂ ମହାବିଦ୍ୟାଳୟର ଏନ୍ସିସି କ୍ୟାଡେଡ୍ ମାନଙ୍କୁ ସାନିଟାଇଜର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଉତ୍କଳ ସମ୍ମିଳନୀ ନୟାଗଡ଼ ଶାଖା ଦ୍ୱାରା କରୋନା ଯୋଦ୍ଧା ଭାବେ ପରିଗଣିତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ହ୍ୟାଣ୍ଡୱାସ୍ ପ୍ରଦାନ କରାଯାଇଥିଲା । ସମ୍ମିଳନୀର ଉପସଭାପତି ବଟକୃର୍ଷ୍ଣ ମିଶ୍ର, ନିରଜଂନ ନାୟକ, ରୀତାରାଣୀ ମିଶ୍ର, ଗୋକୁଳ କୁମାର ଷଡ଼ଙ୍ଗୀ, ଉର୍ମିଳାବାଳା ମିଶ୍ର ପ୍ରମୂଖ ଉପସ୍ଥିତ ରହିଥିଲେ ।






