ନୟାଗଡ଼, (ବାଘୁଆବାର୍ତ୍ତା): ବନ୍ଧା ହେଲେ ବେସରକାରୀ ସ୍କୁଲର ଇଂରାଜୀ ଶିକ୍ଷକ । ନାବାଳିକା ଛାତ୍ରୀଙ୍କୁ ଅସାଦାଚରଣ ଓ ଦୁଷ୍କର୍ମ ଅଭିଯୋଗରେ ଗୋଟିଏ ଦିନରେ ଜଣେ ଶିକ୍ଷକ ଓ ଆଉ ଜଣେ ଅଧ୍ୟାପକଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ନାବାଳିକା ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା ।
ନୟାଗଡ଼ ଟାଉନ ଥାନା ପୋଲିସ ତଦନ୍ତରେ ଛାନଭିନ୍ କରି ଆଜି ସମ୍ପୃକ୍ତ ଶିକ୍ଷକ ଜ୍ଞାନରଞ୍ଜନ ନାୟକଙ୍କୁ ଗିରଫ କରାଯାଇଛି । ତାଙ୍କୁ ଆଜି କୋର୍ଟ ଫରୁୱାର୍ଡ କରାଯିବ । ଏହା ଶିକ୍ଷକ ଜାତି ପାଇଁ କଳଙ୍କ ସାଜିଛି । ସେହିପରି ଭାବେ ଜଣେ ଛାତ୍ରୀଙ୍କୁ ଅସାଦାଚରଣ ଓ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଅଧ୍ୟାପକ । ଗଣିତ ଅଧ୍ୟାପକ ମନୋଜ କୁମାର ହୋତାଙ୍କୁ ଆଜି ଗିରଫ କରାଯାଇଛି ।
ସମ୍ପୃକ୍ତ ଛାତ୍ରୀଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ । ଛାତ୍ରୀ ଜଣଙ୍କ ଏଥିରେ ରାଜି ନହେବାରୁ ଏକ ଭିଡିଓକୁ ଭାଇରାଲ କରିଥିଲେ ସମ୍ପୃକ୍ତ ଅଧ୍ୟାପକ । ଆଜି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କୁ ଡାକ୍ତରୀ ମାଇନା କରାଯାଇଛି । ୧୨୬/୨୦୨୩ ଓ ୧୨୮/୨୦୨୩ ଦୁଇଗୋଟି ମାମଲା ଟାଉନ ଥାନାରେ ରୁଜୁ କରାଯାଇ ଆଜି ଉଭୟଙ୍କୁ କୋର୍ଟ ଫରୁୱାର୍ଡ କରାଯିବ ।





