ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଆଜି ସକାଳୁ ନୟାଗଡ଼ ଟାଉନ ଥାନା ଏଏସଆଇ ପ୍ରକାଶ କୁମାର ଭୋଇ କୌଣସି ସୁତ୍ରରୁ ଖବର ପାଇ ଜଣେ ବ୍ୟକ୍ତିକୁ ନୟାଗଡ଼ ଟ୍ରାଫିକ୍ ଛକରୁ ସନ୍ଦେହ ଜନକ ଭାବେ ଅଟକ ରଖି ପଚରାଉଚୁରା କରିଥିଲେ । ପଶ୍ଚିମ ବଙ୍ଗର କୁଲପି ଥାନା ବଡ଼ବଇଡ଼ା ଗ୍ରାମର ନାଜୁରୁଲ୍ ମୋଲାଙ୍କ ପୁଅ ଆଲୋମ୍ଗିରି ମୋଲା ଆଜି ସକାଳୁ ନୟାଗଡ଼ ବସ୍ଷ୍ଟାଣ୍ଡରେ ଏକ ବ୍ୟାଗ ଧରି ଛିଡ଼ା ହୋଇଥିଲେ । ଏଏସଆଇ ଭୋଇଙ୍କର ସନ୍ଦେହ ହେବାରୁ ନୟାଗଡ଼ ଟାଉନ ଥାନା ପୁଲିସ ପହଞ୍ଚି ତାଙ୍କ ବ୍ୟାଗ ଚେକିଙ୍ଗ୍ କରିଥିଲେ । ତାଙ୍କ ବ୍ୟାଗରୁ ୨୬୯ ଗ୍ରାମ ସୁନା ହାର ଜବତ ହେବା ସହ ୪ ଲକ୍ଷ ୮୯ ହଜାର ୧୦୦ ଟଙ୍କା ପୁଲିସ ଜବତ କରିଥିଲା । ଏହା ସବୁ ଚୋରି ସାମଗ୍ରୀ ବୋଲି ଜଣା ପଡିଛି । ସମସ୍ତ ଟଙ୍କା ଓ ସାମଗ୍ରୀକୁ ଏଏସଆଇ ଶ୍ରୀ ଭୋଇ ସିଜ୍ କରିଛନ୍ତି । ନୟାଗଡ଼ ଟାଉନ ଥାନାର କେସ୍ ନଂ-୬୨ ରେ ମାମଲା ରୁଜ କରାଯାଇ ତାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ରହୁଥିବା ଜଣା ପଡିଛି । ପଶ୍ଚିମବଙ୍ଗ ଯୁବକ ଠାରୁ ଗୋଟିଏ ସାମସଙ୍ଗ ମୋବାଇଲ ଫୋନ୍, ଏୟାର ବ୍ୟାଗ୍ କୁ ପୁଲିସ ଜବତ କରିଛି । ୧୦ ଗୋଟି ସୁନା ନେକ୍ଲେସ୍, ୬ ଗୋଟି ସୁନା ଚେନ୍, ୩ ଗୋଟି ସୁନା ରାଣୀ ହାର ଲକେଟ୍, ୬ ଗୋଟି ଆମ୍ବକସି ଲକେଟ୍, ୨୮ ଗୋଟି ସୁନା ଟପ୍ସ, ୨ ଗୋଟି ସୁନା ମୁଦି, ୩ ଗୋଟି କାନ ରିଙ୍ଗ ଓ ୨ ଗୋଟି ସୁନା ପିସ୍ ଜବତ କରିଛନ୍ତି । ମୋଟ ୨୬୯ ଗ୍ରାମ ସୁନା ଜବତ କରାଯାଇଛି । ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଏହି ମାମଲାକୁ ସବ୍ଇନିସ୍ପେକ୍ଟର ପ୍ରିତିପ୍ରକାଶ ମହାନ୍ତି ପରିଚାଳନା କରୁଛନ୍ତି ।





