Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଜିଲ୍ଲାରେ ବିଭିନ୍ନ ମନ୍ଦିରରୁ ଚୋରି, ଆଇନ ମନ୍ତ୍ରୀଙ୍କୁ ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଚିଠି ଲେଖିଲେ ରଣଜିତ ଦାଶ

by ସଞ୍ଜୟ ସ୍ୱାଇଁ
March 1, 2025
in Nayagarh, State
ନୟାଗଡ଼ ଜିଲ୍ଲାରେ ବିଭିନ୍ନ ମନ୍ଦିରରୁ ଚୋରି, ଆଇନ ମନ୍ତ୍ରୀଙ୍କୁ ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଚିଠି ଲେଖିଲେ ରଣଜିତ ଦାଶ
184
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲା ରେ ଦେବୋତ୍ତର ପରିଚାଳନାଧିନ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର, ଗୋପୀନାଥ ମନ୍ଦିର, ଦୁତିକେଶ୍ୱର ମନ୍ଦିର ମାନଙ୍କରେ କ୍ରମାଗତ ଚୋରି ହୋଇ ଠାକୁର ଙ୍କ ମୂର୍ତ୍ତି ସୁନାରୁପା ଅଳଙ୍କାର ଉଦ୍ଧାର ପାଇଁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ପ୍ରଦାନ ସମ୍ପର୍କେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଚିଠି ଲେଖିଲେ ନୟାଗଡ଼ ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ରଣଜିତ ଦାଶ । ନୟାଗଡ ଜିଲ୍ଲାର ଢିଲା ପ୍ରଶାସନିକ ବ୍ୟବସ୍ଥା ପାଇଁ ବିଭିନ୍ନ ମଠ ମନ୍ଦିର ସମ୍ପତି ସୁରକ୍ଷିତ ନାହିଁ କ୍ଷ କେହି ଦୁର୍ବୁତ୍ତ କ୍ରମାଗତ ଭାବେ ବଡପଣ୍ଡୁସର ଉଗ୍ରେଶ୍ୱର ମହାଦେବ ମନ୍ଦିର, ଓଡଗାଁ ଦୁତିକେଶ୍ୱର ମହାଦେବ ମନ୍ଦିର, ନୟାଗଡ ଜଗନ୍ନାଥ ମନ୍ଦିର ଏବଂ ଗୋପୀନାଥ ମନ୍ଦିର ରେ ସମାନ ପ୍ରକ୍ରିୟାରେ ଚୋରି ହୋଇ ଠାକୁର ଙ୍କ ବହୁପୁରାତନ ମୂଲ୍ୟବାନ ମୂର୍ତ୍ତି, ବିଭିନ୍ନ ପ୍ରକାର ସୁନାରୂପା ଅଳଙ୍କାର ଏବଂ ଦାନ ହୁଣ୍ଡୀ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଯିବା ପରେ ମଧ୍ୟ ଚୋର ଙ୍କୁ ଧରିବା ଏବଂ ଚୋରି ଯାଇଥିବା ଠାକୁର ଙ୍କ ସମ୍ପତ୍ତି ଉଦ୍ଧାର ହୋଇ ପାରୁ ନାହିଁ କ୍ଷ ଜିଲ୍ଲାର ପ୍ରତିଷ୍ଠିତ ମନ୍ଦିର ମାନଙ୍କରେ ଯେତିକି ପୋଲିସ ସୁରକ୍ଷା ଯୋଗାଇ ଦିଆଯିବା କଥା ସେତିକି ହୋଇନଥିବାରୁ ଜିଲ୍ଲା ପୋଲିସ ଏବଂ ପ୍ରଶାସନ ର୍କାର୍ଯ୍ୟଦକ୍ଷତା ଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି କ୍ଷ ନୟାଗଡ ଜଗନ୍ନାଥ ମନ୍ଦିର ରେ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ହେଇଛି କିନ୍ତୁ ଆଜି ଯାଏଁ ସିସି ଟିଭି କ୍ୟାମେରା ସଂଯୋଗ ହୋଇପାରି ନାହିଁ, ସେଥିପାଇଁ ଜଗନ୍ନାଥ ମନ୍ଦିର ରୁ ଠାକୁର ଙ୍କ ପ୍ରାୟ ୧୩୦୦ ଗ୍ରାମ ଅଳଙ୍କାର ସମେତ ହୁଣ୍ଡୀ ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଯିବା ପରେ ମଧ୍ୟ ପୋଲିସ ଚୋର ସମ୍ପର୍କରେ ସୁରାକ ପାଇପାରୁନି କ୍ଷ ଏହି ଢିଲା ବ୍ୟବସ୍ଥା ପାଇଁ ସ୍ଥାନୀୟ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ନିଶ୍ଚିତ ପକ୍ଷେ ଉତ୍ତରଦାୟୀ କ୍ଷ ମଠମନ୍ଦିର ମାନଙ୍କରୁ କ୍ରମାଗତ ଭାବେ ଚୋରି ଖବର ଜିଲ୍ଲାବାସୀ ଙ୍କ ଭାବାବେଗ ପ୍ରଭାବିତ ହେଉଛି କ୍ଷ ଜିଲ୍ଲା ର ବିଭିନ୍ନ ପ୍ରତିଷ୍ଠିତ ମଠମନ୍ଦିର ମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ଆବଶ୍ୟକୀୟ ପୋଲିସ ମୁତୟନ କରାଯାଉ କ୍ଷ ଚୋର ଙ୍କୁ ଠାବ ସହିତ ଠାକୁର ଙ୍କ ମୂଲ୍ୟବାନ ଅଳଙ୍କାର ଗୁଡିକୁ ଉଦ୍ଧାର କରିବା ପାଇଁ କ୍ରାଇମବ୍ରାଞ୍ଚ ପୋଲିସ ଟାସ୍କଫୋର୍ସ ଗଠନ କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ପ୍ରଦାନ କରନ୍ତୁ ବୋଲି ରଣଜିତ ଦାଶ ଦାବି କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!