ନୟାଗଡ଼,(ବାଘୁଆବାର୍ତ୍ତା):ନୟାଗଡ଼ ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ୫ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ସେମାନଙ୍କ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିବା ବେଳେ ସେମାନଙ୍କୁ ଶିକ୍ଷକସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧି ସ୍ୱଳ୍ପ ସଂଖ୍ୟକ ଶିକ୍ଷକଙ୍କ ଉପସ୍ଥିତିରେ ନୟାଗଡ଼ ବ୍ଳକ ଏଲିମେଣ୍ଟାରୀ ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ସୋମବାର ଅପରାହ୍ନରେ ସ୍ଥାନୀୟ ମୈତ୍ରୀ ଯୁବସଂସଦ ସଭାଗୃହରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପଢୌକନ ଏବଂ ଗୀତାପୁସ୍ତକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିିତ କରାଯାଇଥିଲା । ଏହି ଅବସରରେ ଅବସର ଗ୍ରହଣ କରିଥିବା କ୍ରୀଦାଶପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ ସାହୁ, ଟିପୁରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାଶରଥି ପରିଡ଼ା, ସିନ୍ଦୁରିଆ ଉନ୍ନୀତ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ରଥ, କଲେଜଲେନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ମଞ୍ଜରୀ ପଟ୍ଟନାୟକ ଏବଂ ଟାଉନ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଉର୍ମିଳା ମିଶ୍ର ପ୍ରମୁଖ ସେମାନଙ୍କ ଶିକ୍ଷକ ଜୀବନର ସ୍ମୃତିଚାରଣ କରିଥିଲେ । ଶିକ୍ଷକ ସମନ୍ୱୟ ସମିତି ତରଫରୁ ପ୍ରାକ୍ତନ ରାଜ୍ୟ ସଂପାଦକ ଶେଖ ଅବଦୁଲ ଖାଲିକ,ଶିକ୍ଷକ ଳକ୍ଷ୍ମୀଧର ସାହୁ, ପ୍ରଦୀପ କୁମାର ସାହୁ, ସୁରେଶ ସେଠୀ,ଅଶୋକ ମଲ୍ଲ, ସଲିମ ଇବ୍ରାହୀମ, ପୀତବାସ ପ୍ରଧାନ, ରାଜକିଶୋର ସାହୁ ପ୍ରମୁଖ ଯୋଗଦାନ କରି ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ୍ ଅବଶିଷ୍ଟ ଜୀବନ ନିରୋଗ ତଥା ସୁଖମୟ କାମନା କରିଥିଲେ ।






