ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ପୈାର ପରିଷଦ ପକ୍ଷରୁ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜୁମ ଆପ ମାଧ୍ୟମରେ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଆଜି ଦିବସର ମହତ୍ତ ସଂମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ତଥା ପୈାର ପରିଷଦ ପ୍ରଶାସକ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପୈାର ପରିଷଦର ଉନ୍ନୟନ କାର୍ଯ୍ୟ ଏବଂ କରୋନା ମୁକାବିଲା ସଂମ୍ପର୍କରେ ଆଲୋକ ପାତ କରିଥିଲେ । ଆଜି ପୂର୍ବାହ୍ନରେ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ସହରରେ ଥିବା ପ୍ରତି ମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିବା ବେଳେ ଜିଲ୍ଲପାଳ ପୈାରା ପରିଷଦ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରିଥିବା ଜଣାଯାଇଛି । ଆଜିର କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଡ. ସାହୁ ଭିସି ମାଧ୍ୟମରେ ୬୫ ଲକ୍ଷ ବ୍ୟୟରେ ନିର୍ମିତ ହୋଇଥିବା କ୍ଷୁଦ୍ର ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ର, ୪୫ ଲକ୍ଷ ବ୍ୟୟରେ ନିର୍ମିତ ହୋଇଥିବା ଶୁଖିଲା ବର୍ଯ୍ୟବସ୍ତୁ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ ।






