ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ମଧ୍ୟରେ ଜିଲ୍ଲାରେ ମୋଟ ୧୧୦୬ ଜଣଙ୍କ କରୋନା ପରୀକ୍ଷା ପାଇଁ ସ୍ୱାବ ସଂଗ୍ରହ କରାଯାଇଥିବା କୋଭିଡ୍ ୧୯ ନୋଡାଲ୍ ଅଧିକାରୀ ତଥା ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ.ଡି ସୂଚନା ଦେଇଛନ୍ତି । ଏହି ସ୍ୱାବ ଗୁଡ଼ିକ ମଧ୍ୟରୁ ୭୨୬ଟି ପରୀକ୍ଷା ସରି ରିର୍ପୋଟ ଆସି ସାରିଥିବା ବେଳେ ସେଥିମଧ୍ୟରୁ ୭୨୪ ଜଣଙ୍କ ନେଗେଟିଭ୍ ରହିଥିବା ଏବଂ ଜଣେ ପଜେଟିଭ୍ ଥିବା ଜଣାଯାଇଛି । ଗୋଟିଏ ସ୍ୱାବ ଇନଭ୍ୟାଲିଟ୍ ହୋଇଥିବା ସୂଚନା ମିଳିଛି । ଆଗାମୀ ଦିନରେ ମଧ୍ୟ ଜିଲ୍ଲାକୁ ଫେରୁଥିବା ପ୍ରବାସୀଙ୍କର ସ୍ୱାବ ସଂଗ୍ରହ କରାଯାଇ ପଠାଯିବାର ସୂଚନା ମିଳିଛି ।






