Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିରାଶ୍ରୟଙ୍କ ସାହାରା ପାଲଟିଛନ୍ତି ସୁରକ୍ଷାକର୍ମୀ ଉମାକାନ୍ତ

by Anil Panda
July 26, 2020
in Breaking, Feature News, Nayagarh
ନିରାଶ୍ରୟଙ୍କ ସାହାରା ପାଲଟିଛନ୍ତି ସୁରକ୍ଷାକର୍ମୀ ଉମାକାନ୍ତ
364
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଚିକିତ୍ସିତ ହେଉଥିବା ନିରାଶ୍ରୟ ଏବଂ ଅସହାୟଙ୍କ ଚିକିତ୍ସା ଏବଂ ସହଯୋଗ ପାଇଁ ଡାକ୍ତରଖାନା ତରଫରୁ କୈାଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିବା ବେଳେ ସେମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଡାକ୍ତରଖାନା ସୁରକ୍ଷାକର୍ମୀ ଉମାକାନ୍ତ ମହାପାତ୍ର । ସୂଚନାନୁସାରେ, ନୂଆଗାଁ ବ୍ଲକ ବାହାଡ଼ଝୋଲା ପଂଚାୟତ ହରିପୁର ଗ୍ରାମର ଗଙ୍ଗାଧର ମହାପାତ୍ରଙ୍କ ପୁଅ ଉମାକାନ୍ତ ମହାପାତ୍ର ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା କର୍ମୀ ଭାବେ କାମ କରନ୍ତି । ସବୁ ସମୟରେ ଡାକ୍ତରଖାନାକୁ ଆସୁଥିବା ନିରାଶ୍ରୟ ଓ ଅସହାୟଙ୍କ ପାଇଁ ସେ ସାହାର ପାଲଟିଛନ୍ତି ।

ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅନେକ ଅସହାୟ ଏବଂ ନିରାଶ୍ରୟଙ୍କ ଉଦ୍ଧାର କରାଯାଇ ଚିିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥାଏ । ଏହି ଅସହାୟ ଓ ନିରାଶ୍ରୟଙ୍କୁ ଡାକ୍ତରଖାନା ତରଫରୁ ଚିକିତ୍ସା ସୁବିଧା ଏବଂ ଖାଦ୍ୟ ମାଗଣାରେ ପ୍ରଦାନ କରାଯାଉଥିଲେ ମଧ୍ୟ ତାଙ୍କ ପାଇଁ କୈାଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ଏପରିକି ସେମାନଙ୍କ ଦେଖା ରଖା କରିବା ପାଇଁ କୈାଣସି ସ୍ୱତନ୍ତ୍ର କର୍ମଚାରୀ ନିୟୋଜିତ ନଥାନ୍ତି । ଫଳରେ ଏହି ଅସହାୟ ଲୋକମାନେ ନିତ୍ୟକର୍ମ କରିବା, ତାଙ୍କୁ ଝାଡ଼ା, ପରିଶ୍ରା ନେବା, ସେମାନଙ୍କ ପାଇଁ କିଛି ବାହ୍ୟ ଜିନିଷ କିଣି ଆଣିବା ଆଦି କାର୍ଯ୍ୟ ପାଇଁ କିଛି ବ୍ୟବସ୍ଥା ନଥିବା କି କୈାଣସି କର୍ମଚାରୀ ଏହାକୁ ଗୁରୁତ୍ୱ ଦେଉନଥିବା ବେଳେ ସେମାନଙ୍କର ଆଶ୍ରା ପାଲଟିଛନ୍ତି ଉମାକାନ୍ତ । ପ୍ରତ୍ୟେକ ଦିନ ସେମାନଙ୍କୁ କିଛି ସହୃଦୟ ବ୍ୟକ୍ତିଙ୍କ ସହଯୋଗରେ ନିତ୍ୟକର୍ମ କରାଇବା ସହ ଗାଧୋଇଦେବା, ସେମାନଙ୍କ ବିଛଣା ସଜାଡ଼ିବା ଭଳି ଅନେକ କାମକୁ ବେଶ ଆଗ୍ରହର ସହ ଉମାକାନ୍ତ କରିଥାନ୍ତି । ନିଜର କର୍ତ୍ତବ୍ୟକୁ ଅବହେଳା କରୁନଥିବା ଉମାକାନ୍ତ ଏଭଳି କାମ କରିବା ଫଳରେ ତାଙ୍କୁ ଆତ୍ମ ସନ୍ତୋଷ ମିଳୁଥିବା କହିଛନ୍ତି ।

ଗତ ଏକ ମାସ ତଳେ ନୟାଗଡ଼ ସହର ନିକଟସ୍ଥ ଦକ୍ଷିଣକାଳୀ ମନ୍ଦିର ନିକଟରେ ଭିକ୍ଷା ମାଗି ଚଳୁଥିବା ନିରାଶ୍ରୟ ବ୍ୟକ୍ତି କୈାଣସି ରୋଗରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ ହୋଇଥିଲେ । ସେହିଭଳି ୧୫ ଦିନ ତଳେ ନୟାଗଡ଼ ତ୍ରିନାଥଛକ ନିକଟରେ ନିରାଶ୍ରୟ ଆଶ୍ରୟ ସ୍ଥଳୀରୁ ଜଣେ ବ୍ୟକ୍ତିଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ଏହି ଦୁଇ ଜଣ ବ୍ୟକ୍ତି ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ କିଛି ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଉମାକାନ୍ତ ସେମାନଙ୍କୁ କେବେବି ନିରାଶ୍ରୟ ବୋଲି ଭାବିବାକୁ ଦେଇ ନାହାନ୍ତି । ପ୍ରତ୍ୟେକ ଦିନ ସେମାନଙ୍କ ଦେଖାରଖା କରିବା ସହ ସେମାନଙ୍କୁ ଖୁଆଇ ଦେଉଥିବା, ଔଷଧ ଖାଇଲେ ନା ନାହିଁ ବୁଝୁଥିବା ଜଣାଯାଇଛି । ଉମାକାନ୍ତ ଏଭଳି କାମରେ କିଛି ସ୍ୱାସ୍ଥ୍ୟମିତ୍ର ଏବଂ ଡାକ୍ତରଖାନା କର୍ମଚାରୀ ମଧ୍ୟ ଅନୁପ୍ରାଣୀତ ହେଉଥିବା ଜଣାଯାଇଛି । ଏଥିସହିତ ତାଙ୍କ କାମକୁ ଦେଖି ଅନେକ ସମୟରେ କିଛି ସ୍ୱେଚ୍ଛାସେବୀ ସ୍ୱତଃ ତାଙ୍କ ସହ ଯୋଡ଼ି ହୋଇ ରୋଗୀ ସେବା କରୁଥିବା ଦେଖାଯାଇଛି । କେବଳ ଏତିକି ନୁହେଁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ନିରାଶ୍ରୟଙ୍କ ମୃତ୍ୟୁ ଘଟିଲେ, ତାଙ୍କୁ ନିଜର ଭାବି ଉମାକାନ୍ତ ସହର ସ୍ମଶାନରେ ତାଙ୍କର ସତ୍କାର କରିଥାନ୍ତି । ଏଭଳି କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଉଥିବା ବେଳେ ଏହାକୁ ଦେଖି ସ୍ୱେଚ୍ଛାସେବୀ ପ୍ରଶାନ୍ତ ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିରାଶ୍ରୟ ଏବଂ ଅସହୟଙ୍କ ପାଇଁ ଏକ ଭିନ୍ନ ପ୍ରକୋଷ୍ଠ ପ୍ରସ୍ତୁତ କରିବା ସହ ଉମାକାନ୍ତଙ୍କ ଭଳି ଲୋକଙ୍କୁ ସେମାନଙ୍କ ଦେଖାରଖା ପାଇଁ ନିଯୁକ୍ତି ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ନୟାଗଡ଼ ଜିଲ୍ଲାପାଳ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ଅବହେଳିତ ନିରାଶ୍ରୟଙ୍କ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!