ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ରାଜ ସୁନାଖଳା ଫାଣ୍ଡିରେ ବରିଷ୍ଠ ନାଗରିକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଫାଣ୍ଡି ଅଧିକାରୀ ପ୍ରଦୀପ ସାମଲଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବୀର ବରିଷ୍ଠ ନାଗରିକ ସଭାପତି ମଦନ ମୋହନ ସାହୁ, ରାଜ୍ୟ ସଭାପତି କୃପାସିନ୍ଧୁ ସାହୁ, ଜିଲ୍ଲା ସଭାପତି କୁବେର ସାହୁ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ୧୯୩ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯିବା ସହ କମ୍ବଳ ବଣ୍ଟନ କରାଯାଇଥିଲା । ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ପୁଲିସ ସଦା ସର୍ବଦା ଚେଷ୍ଟିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଯୋଗ ଦେଇଥିବା ବେଳେ ଡିଆଇବି ଡିଏସବି ସୁବାସ ମହାନ୍ତି ଯୋଗ ଦେଇଥିଲେ ।






