Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ର ସୁନା ଦୋକାନୀ ଖୋର୍ଦ୍ଧାରେ ଗିରଫ, ସ୍ୱାମୀ ଓ ପୁଅକୁ ବଂଚାଇବା ପାଇଁ ମହିଳା କଲେ କି ଦୋଷ ସ୍ୱୀକାର ?

by Anil Panda
June 13, 2020
in Breaking
ନୟାଗଡ଼ର ସୁନା ଦୋକାନୀ ଖୋର୍ଦ୍ଧାରେ ଗିରଫ, ସ୍ୱାମୀ ଓ ପୁଅକୁ ବଂଚାଇବା ପାଇଁ ମହିଳା କଲେ କି ଦୋଷ ସ୍ୱୀକାର ?
48
VIEWS
Share on FacebookShare on Twitter

ଭୋଗଡ଼ା ଡକାୟତି ଘଟଣା

ନୟାଗଡ଼, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲା ପୋଲିସ ଅଧିନ ବାଘମାରୀ ଥାନା ଅନ୍ତର୍ଗତ ଭୋଗଡ଼ା ଗ୍ରାମରେ ଚଳିତ ବର୍ଷ ମେ ମାସ ୨୫ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଡକାୟତି ଘଟଣାର ପର୍ଦ୍ଦାଫାସ ଶୁକ୍ରବାର ଦିନ ଖୋର୍ଦ୍ଦା ଜିଲ୍ଲା ଅରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ୱାଇଁ କରିଛନ୍ତି । ଏହି ଘଟଣାରେ ସୁନା ଜିନିଷ ରଖିଥିବା ଅଭିଯୋଗରେ ନୟାଗଡ଼ର ଜଣେ ମହିଳା ଦୋକାନୀଙ୍କ ସମେତ ୩ଜଣ ଗିରଫ ହୋଇଛନ୍ତି । ଗିରଫମାନେ ହେଲେ ବେଗୁନିଆ ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ହରିଆ ଓରଫ ହରିବନ୍ଧୁ ଖଟୁଆ(୩୦) ଓ ଅଜି ଓରଫ୍ ଅଜୟ ନାୟକ(୪୦) ଏବଂ ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ବଡପୋଖରୀଆ ଗ୍ରାମର ସୁକାନ୍ତ ବେହେରା(୩୪) । ଏଥିସହିତ ଗିରଫ ଅଭିଯୁକ୍ତଙ୍କ ଠାରୁ ନଗଦ ୩୫ହଜାର ୫ଶହ ଟଙ୍କା, ୩.୭୦୦ଗ୍ରାମ ଓଜନର ତରଳ ସୁନା, ଖେଳନା ବନ୍ଧୁକ , ଛୁରୀ , ଲୁହା ଶାବଳ ସମେତ ବିଭିନ୍ନ ମାରଣାସ୍ତ୍ର ଏବଂ ଏକ ବାଇକ ଜବତ ହୋଇଛି । ତେବେ ଡକାୟତମାନଙ୍କ ଠାରୁ ସୁନା ଅଳଙ୍କାର ରଖିଥିବା ନୟାଗଡ ଟାଉନ ଥାନା ଅନ୍ତର୍ଗତ ଶିବାଜୀ ନଗର ର ମହିଳା ସୁନାଦୋକାନୀ ଅନିତା ସାହୁ(୪୫)ଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ସାମ୍ବାଦିକ ଏସପି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।
ଏସପି ଶ୍ରୀ ସ୍ୱାଇଁଙ୍କ ସୂଚନା ମୁତାବକ, ଭୋଗଡ଼ା ଘଟଣାର ତଦନ୍ତ ବେଳେ ଅଭିଯୁକ୍ତଙ୍କଠାରୁ ସୂଚନା ପାଇଁ ନୟାଗଡ ସହରରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲରୀ ଦୋକାନରେ ଉପରେ ଚଢାଉ କରାଯାଇ ତରଳା ଯାଇଥିବା ସୁନା ଜବତ ହେବା ସହିତ ଦୋକାନର ମାଲିକ ଅନିତା ସାହୁଙ୍କୁ ଗିରଫ କରାଯାଇଥିଲା । ଯାହାକୁ ନେଇ ଏବେ ନୟାଗଡ଼ରେ ଏକ ପ୍ରଶ୍ନ ଉଠିଥିବା ବେଳେ, ମହିଳା ଜଣଙ୍କ ସ୍ୱାମୀ ଓ ପୁଅଙ୍କୁ ବଂଚାଇବା ପାଇଁ ଦୋଷ ସ୍ୱୀକାର କରିଥିବା ଜଣାଯାଇଛି । ଲକ୍ଷ୍ମୀ ନାୟାରଣ ଜୁଏଲରୀ ଦୋକାନରେ କାରବାର କଥା ଅନିତାଙ୍କ ସ୍ୱାମୀ ଏବଂ ପୁଅ ବୁଝୁଥିବା ବେଳେ ଅନିତା କାହିଁକି ଦୋଷ ମୁଣ୍ଡାଇଲେ ବୋଲି ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅନିତାଙ୍କ ସ୍ୱାମୀ ଜଣେ ପୁରୁଣା ଅପରାଧି ବୋଲି ଜଣାଯାଇଛି । ବିଗତ ଦିନରେ ସେ ଜଣେ ବ୍ୟବାସାୟୀଙ୍କ ଉପରେ ଏସିଡ୍ ଢାଳି ସଦରଥାନା ପୁଲିସ ଦ୍ୱାରା ଗିରଫ ହୋଇଥିବା ଜେଲ ଯାଇଥିଲେ । ଏହି ଘଟଣାର କେଶ ଆଜି ବି କୋର୍ଟରେ ରହିଛି । ପକୃତରେ ଭୋଗଡ଼ା ଡକାୟତୀ ଘଟଣାରେ ଅଭିଯୁକ୍ତଙ୍କ ସହ କିଏ କାରବାର କରିଥିଲେ, ଅନୀତା ନା ତାଙ୍କ ସ୍ୱାମୀ । ଖୋର୍ଦ୍ଧା ଏସ୍‌ପି ଏହି ଘଟଣାରେ ଅନୁସନ୍ଧାନ କରିବା ଆବଶ୍ୟକତା ରହିଛି । ନହେଲେ ପକୃତ ଅଭିଯୁକ୍ତ ବାହାରେ ବୁଲିବ ଏବଂ ନିର୍ଦ୍ଦୋଶ ଜେଲ୍‌ରେ ସଢ଼ିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!