Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୨ରୁ ଜନ ଜାଗରଣ, ମାର୍ଚ୍ଚ ୬ରେ ନୟାଗଡ଼ ବନ୍ଦ

by ସଞ୍ଜୟ ସ୍ୱାଇଁ
February 16, 2020
in Feature News
୨୨ରୁ ଜନ ଜାଗରଣ, ମାର୍ଚ୍ଚ ୬ରେ ନୟାଗଡ଼ ବନ୍ଦ
26
VIEWS
Share on FacebookShare on Twitter

ନୟାଗଡ଼ ଚିନିଶିଳ୍ପ ପୁନଃ କାର୍ଯ୍ୟକ୍ଷମ ପ୍ରସଙ୍ଗ

ନୟାଗଡ଼, (ବାଘୁଆବାର୍ତ୍ତା): ବେଆଇନ ଭାବେ ବନ୍ଦ ପଡ଼ିଥିବା ଚିନିଶିଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରିବା ନେଇ ଚିନିଶିଳ୍ପ କ୍ରିୟାନୁଷ୍ଠାନ କମିଟି ଦାବି କରିବା ସହ ଆନ୍ଦୋଳନ କରି ଆସୁଛି । ଭାରତ ବର୍ଷ ସ୍ଥିତିର ସୁଧାର ଆଣିବା ପାଇଁ ନ୍ୟାୟିକ ବ୍ୟବସ୍ଥା ରହିଥିବା ବେଳେ, ନୟାଗଡ଼ରେ କୃଷି ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିବା ପାଇଁ ଯେଉଁ କାର୍ଯ୍ୟକ୍ରମ ଉଦିଷ୍ଟ ତାହା କେବେ ବି ନ୍ୟାୟିକ ବ୍ୟବସ୍ଥା ପଦବାଚ୍ୟ ନୁହେଁ ବୋଲି କମିଟି ପ୍ରେସ ରସ୍ତାହାର ମାଧ୍ୟମରେ ଜଣାଇଛି । ଚିନିଶିଳ୍ପ କାର୍ଯ୍ୟକ୍ଷମ କରିବା ଦାବି ନେଇ ଶତାଧିକ ଚାଷୀ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦେଖା ନଦେବା ଏବଂ ଚାଷୀଙ୍କୁ ଗିରଫ କରିବା ଏକ ଜନବିରୋଧି ପରିଚୟ ବୋଲି କମିଟି କହିଛି । ଏ ସଂମ୍ପର୍କରେ କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ଆସନ୍ତା ମାର୍ଚ୍ଚ ୬ ତାରିଖରେ ନୟାଗଡ଼ ବନ୍ଦ ଡାକରା ଦେଇଛନ୍ତି । ନୟାଗଡ଼ ବନ୍ଦକୁ ସଫଳ କରିବା ପାଇଁ ଏହାର ଅବ୍ୟବହିତ ପୂର୍ବରୁ ଜନଜାଗରଣ କରାଯିବା ନେଇ କମିଟି ନିଷ୍ପତ୍ତି ନେଇଛି । ଚଳିତ ମାସ ୨୨ ତାରିଖରେ ରଣପୁର, ୨୩ ତାରିଖରେ ଦଶପଲ୍ଲା, ୨୪ ତାରିଖରେ ଗଣିଆ, ୨୫ ତାରିଖରେ ଖଣ୍ଡପଡ଼ା ଓ ଭାପୁର, ୨୭ ତାରିଖରେ ନୂଆଗାଁ, ୨୯ ତାରିଖରେ ଓଡ଼ଗାଁ ବ୍ଲକ ସଦରମହକୁମାରେ ଜନଜାଗରଣ ସମାବେଶ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଚିନିଶିଳ୍ପକୁ ପୁନଃ କାର୍ଯ୍ୟକ୍ଷମ ନକରିବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ମତ ଦେଇଛନ୍ତି । ଏହି ପ୍ରରିପେକ୍ଷିରେ ଆଜି କ୍ରିୟାନୁଷ୍ଠାନ କମିଟିର ଆବାହକ ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କମିଟି ସଦସ୍ୟ ମନୋଜ କୁମାର ସାହୁ, ସନ୍ତୋଷ କୁମାର ପ୍ରଧାନ, ଯୋଗେନ୍ଦ୍ର ଖୁଣ୍ଟିଆ, ଗୋଲଖ ମୁଦୁଲି, ଶିବରାମ ମହାପାତ୍ର ପ୍ରମୂଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଛନ୍ତି ।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!