ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଚିନିଶିଳ୍ପ ଏବେ ସୁରକ୍ଷା ବିହୀନ ହୋଇପଡ଼ିଥିବା ବେଳେ ଏହାର ସୁଯୋଗ ନେଇ ବିଭିନ୍ନ ସାମଗ୍ରୀର ଚୋରୀ ବଢ଼ିଛି । ଗତ ୧୪ ତାରିଖ ଦିନ କିଛି ଦୁର୍ବତ୍ତ ଗ୍ରୀସ ଡବା ଏବଂ ଲୁହା ରଡ଼ ଚୋରୀ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ । ଫଳରେ ସେମାନେ ସେଠାରୁ ଖସି ଯିବାରେ ସକ୍ଷମ ହୋଇଥିବା ବେଳେ ପୁଲିସ ପଂହଚି ଗ୍ରୀସ ଡବା ଏବଂ ଲୁହା ରଡ଼ ଜବତ କରିଛି । ଏନେଇ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଏହାର ତଦନ୍ତ ଦାୟିତ୍ୱ ସଦରଥାନା ଏଏସଆଇ ରାଜେନ୍ଦ୍ର କହଁରକୁ ଦିଆଯାଇଥିବା ଜଣାଯାଇଛି । ଅନ୍ୟପକ୍ଷେ, ଆଜି କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି । ଜିଲ୍ଲାପାଳ ଡ. ପୋମା ଟୁଡୁ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ନିର୍ଭର ପ୍ରତିଶୃତି ଦେଇଥିବା କ୍ରିୟାନୁଷ୍ଠାନ କମିଟି ସଦସ୍ୟ ସନ୍ତୋଷ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।






