Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୋଲିବ ଚିନିକଳ ତାଲା, ବ୍ୟାପକ ସୁରକ୍ଷା ବ୍ୟବସ୍ଥା

by ସଞ୍ଜୟ ସ୍ୱାଇଁ
March 11, 2020
in Feature News
ଖୋଲିବ ଚିନିକଳ ତାଲା, ବ୍ୟାପକ ସୁରକ୍ଷା ବ୍ୟବସ୍ଥା
38
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଦୀର୍ଘ ପାଂଚ ବର୍ଷ ପରେ ଗୁରବାର ନୟାଗଡ଼ ଚିନିଶିଳ୍ପରୁ ତାଲା ଖୋଲିବ । କାରଖାନାରେ ଯନ୍ତ୍ରପାତି ଅଛି ନା ନାହିଁ, ସେ ନେଇ ଆକଳନ କରାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ବ୍ୟାପକ ପୁଲିସ ମୁତୟନ କରାଯିବ ବୋଲି ଜଣାଯାଇଛି । ପରିସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ଦୁଇ ସେକ୍ସନ ଫୋର୍ସ ସହ ମାଜିଷ୍ଟେଡଙ୍କ ଉପସ୍ଥିତିରେ ଆକଳନ କରାଯିବ । ଏଥି ସହିତ ଚିନିଶିଳ୍ପ ଆକଳନ ସମୟରେ ପ୍ରତ୍ୟକ ଘଟଣାର ଭିଡିଓ ରେକଂର୍ଡି କରାଯିବ ବୋଲି ସୂଚନା ମିଳିଛି । ଏହି ଆକଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଆସ୍କା ଚିନିକଳରୁ ଦୁଇ ଜଣିଆ ବୈଷୟିକ ଟିମଙ୍କୁ ଜିଲ୍ଲା ପ୍ରଶାସନ ଡକାଇଥିବା ଜଣାଯାଇଛି । ସୂଚନାନୁସାରେ, ୧୯୮୮ ମସିହାରେ ନୟାଗଡ଼ ପାଣିପୋଇଲା ଠାରେ ପ୍ରତିଷ୍ଠା ହୋଇଥିବା ଚିନିକଳ ଜିଲ୍ଲାର ଆର୍ଥିକ ମେରୁଦଣ୍ଡ ରୂପେ ବିବେଚନା କରାଯାଏ । ଜିଲ୍ଲାର ଭାତହାଣ୍ଡି ରୂପେ ପରିଚିତ ଏହି ଶିଳ୍ପକୁ ସରକାର ୨୦୦୪ ମସିହାରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କୁୁ ବିକ୍ରି କରିବା ନେଇ ଚୁକ୍ତି କରିଥିଲେ । ତେବେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ କଂପାନୀ ନୟାଗଡ଼ ସୁଗାର କମ୍ପେ୍ଲକ୍ସ ଏହାର ପରିଚାଳନା ଦାୟିତ୍ୱ ନେବାପରେ ଆଖୁଚାଷୀ ଏବଂ କର୍ମଚାରୀଙ୍କ ଦରମା ବକେୟା ରଖି ୨୦୧୫ ମସିହାରୁ ମିଲ୍‌ରେ ବେଆଇନ ତାଲା ଝୁଲାଇ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!