Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୋଲିବ ଚିନିକଳ ତାଲା, ବ୍ୟାପକ ସୁରକ୍ଷା ବ୍ୟବସ୍ଥା

by ସଞ୍ଜୟ ସ୍ୱାଇଁ
March 11, 2020
in Feature News
ଖୋଲିବ ଚିନିକଳ ତାଲା, ବ୍ୟାପକ ସୁରକ୍ଷା ବ୍ୟବସ୍ଥା
28
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଦୀର୍ଘ ପାଂଚ ବର୍ଷ ପରେ ଗୁରବାର ନୟାଗଡ଼ ଚିନିଶିଳ୍ପରୁ ତାଲା ଖୋଲିବ । କାରଖାନାରେ ଯନ୍ତ୍ରପାତି ଅଛି ନା ନାହିଁ, ସେ ନେଇ ଆକଳନ କରାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ବ୍ୟାପକ ପୁଲିସ ମୁତୟନ କରାଯିବ ବୋଲି ଜଣାଯାଇଛି । ପରିସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ଦୁଇ ସେକ୍ସନ ଫୋର୍ସ ସହ ମାଜିଷ୍ଟେଡଙ୍କ ଉପସ୍ଥିତିରେ ଆକଳନ କରାଯିବ । ଏଥି ସହିତ ଚିନିଶିଳ୍ପ ଆକଳନ ସମୟରେ ପ୍ରତ୍ୟକ ଘଟଣାର ଭିଡିଓ ରେକଂର୍ଡି କରାଯିବ ବୋଲି ସୂଚନା ମିଳିଛି । ଏହି ଆକଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଆସ୍କା ଚିନିକଳରୁ ଦୁଇ ଜଣିଆ ବୈଷୟିକ ଟିମଙ୍କୁ ଜିଲ୍ଲା ପ୍ରଶାସନ ଡକାଇଥିବା ଜଣାଯାଇଛି । ସୂଚନାନୁସାରେ, ୧୯୮୮ ମସିହାରେ ନୟାଗଡ଼ ପାଣିପୋଇଲା ଠାରେ ପ୍ରତିଷ୍ଠା ହୋଇଥିବା ଚିନିକଳ ଜିଲ୍ଲାର ଆର୍ଥିକ ମେରୁଦଣ୍ଡ ରୂପେ ବିବେଚନା କରାଯାଏ । ଜିଲ୍ଲାର ଭାତହାଣ୍ଡି ରୂପେ ପରିଚିତ ଏହି ଶିଳ୍ପକୁ ସରକାର ୨୦୦୪ ମସିହାରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କୁୁ ବିକ୍ରି କରିବା ନେଇ ଚୁକ୍ତି କରିଥିଲେ । ତେବେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ କଂପାନୀ ନୟାଗଡ଼ ସୁଗାର କମ୍ପେ୍ଲକ୍ସ ଏହାର ପରିଚାଳନା ଦାୟିତ୍ୱ ନେବାପରେ ଆଖୁଚାଷୀ ଏବଂ କର୍ମଚାରୀଙ୍କ ଦରମା ବକେୟା ରଖି ୨୦୧୫ ମସିହାରୁ ମିଲ୍‌ରେ ବେଆଇନ ତାଲା ଝୁଲାଇ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!